ମଦ ରାନ୍ଧିଲେ ଓ ବିକିଲେ କଟିବ ରାସନ କାର୍ଡ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମଦ କାରବାର । ଏହା ଫଳରେ ସମାଜ କଳୁଷିତ ହେବା ସହ ବିଭିନ୍ନ ଗ୍ରାମରେ ଘରୋଇ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି। ଅଞ୍ଚଳରେ ଅପରାଧ ଓ ଅପରାଧୀଙ୍କ ସଂଖ୍ୟା ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କିଛି ପଞ୍ଚାୟତବାସୀ ମଦମୁକ୍ତ ପଞ୍ଚାୟତ ଗଠନ କରିବା ଉଦ୍ଦେଶ୍ୟରେ ଅଣ୍ଟା ଭିଡିଥିବା ବେଳେ ସେଥିମଧ୍ୟରୁ ଅଡ଼ବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତର ସରପଞ୍ଚ ଓ ମହିଳାମାନେ ଏକତ୍ରିତ ହୋଇଛନ୍ତି। ଏହି ଅଞ୍ଚଳରେ କୌଣସି ବ୍ୟକ୍ତି ମଦ ରାନ୍ଧିଲେ କିମ୍ବା ବିକିଲେ ସେମାନଙ୍କର କଟିବ ରାସନ କାର୍ଡ଼ । ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ସରପଞ୍ଚ ରେଜିନା ପ୍ରଧାନଙ୍କ ସହ ଗାଁର ମହିଳାମାନେ। ଗ୍ରାମରେ ସମସ୍ତ ମହିଳା ଏକତ୍ରିତ ହୋଇ ବିଭିନ୍ନ ମଦବିରୋଧି ସମ୍ବଳୀତ ପ୍ଲାକାର୍ଡ ହାତରେ ଧରି ନାରାବାଜି ଦେବା ସହ ମଦ ବିକ୍ରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଚେତାବନୀ ଦେଇଛନ୍ତି । ଗ୍ରାମର ବୁଦ୍ଧିଜୀବୀମାନେ ସରପଞ୍ଚଙ୍କ ଏଭଳି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛନ୍ତି।

kalyan agarbati

Comments are closed.