Patra electronics

ଯବାନ ସାଗରଙ୍କ ଶବ ପହଞ୍ଚିବା ପରେ ଗାଁରେ ଉତ୍ତେଜନା

0

ମୋହନା : ଗଜପତି ଜିଲା ମୋହନା ବ୍ଳକ ଅନ୍ତର୍ଗତ ଝିଲିକି ଗାଁରେ ଆଜି ଭୋର ୪ଟାରେ ବିଏସଏଫ ଯବାନ ସାଗର ଗୌଡଙ୍କ ମୃତ ଶରୀର ପହଞ୍ଚିବା ପରେ ପରିବାର ଲୋକେ ଯବାନଙ୍କ ମୃତ ଶରୀରକୁ ଗ୍ରହଣ କରି ନ ଥିଲେ। ତାଙ୍କ ପୁଅ ଆତ୍ମହତ୍ୟା କରିନାହିଁ ବରଂ ସେ କାର୍ଯ୍ୟରତ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ତେଣୁ ପରିବାରର ଜଣକୁ ଚାକିରି ଓ ସରକାରୀ ସହାୟତା ଦାବି କରି ଶବ ଗ୍ରହଣ ନ କରି ଦିର୍ଘ ସମୟ ଧରି ଶବ ଗାଡି ଉପରେ ରହିଥିଲା। ଶେଷରେ ବିଏସଏଫ ଏସଆଇ ଏ.ଏଲ. ତିର୍କି, କନେଷ୍ଟବଲ୍‍ ରାଜେନ୍ଦ୍ର ସିଂ ଓ ଅଡବା ଥାନା ଅଧିକାରୀ ଅଜୟ ବାରିକ ପରିବାର ଓ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ସରକାରୀ ନିୟମ ଅନୁଯାୟୀ ସମସ୍ତ ପ୍ରକାର ସହାୟତା ମିଳିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିବାର ଲୋକେ ସାଗରଙ୍କ ମୃତ ଶରୀରକୁ ଗ୍ରହଣ କରିଥିଲେ। ତାପରେ ଗ୍ରାମବାସୀ ଶୋଭାଯାତ୍ରା କରି ମର ଶରୀରକୁ ଶ୍ମସାନକୁ ନିଆଯାଇଥିଲା। ସେଠାରେ ବିଏସଏଫ ଯବାନ ମାନଙ୍କୁ ପକ୍ଷରୁ ସାଗରଙ୍କୁ ଗାର୍ଡ ଅଫ୍‍ ଅନର୍‍ ଦିଆଯିବା ପରେ ତାଙ୍କର ଶେଷ କୃତ୍ୟ ସମ୍ପୁର୍ଣ୍ଣ ହୋଇଥିଲା। ସୁଚନାଯୋଗ୍ୟ ଗତ ମଙ୍ଗଳବାର ରାତିରେ ପଶ୍ଚିମବଙ୍ଗ ସୀମା ପତିରାମ ଅଞ୍ଚଳରେ ସାଗର ଡ୍ୟୁଟିରେ ଥିବା ବେଳେ ନିଜ ସର୍ଭିସ ରାଇଫଲରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକଙ୍କୁ ଫୋନ ଯୋଗେ ସୂଚନା ମିଳିଥିଲା। ତାଙ୍କର ମୃତ୍ୟୁ ପରେ ବିଏସଏଫ ପକ୍ଷରୁ ସେଠାରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ଆଜି ତାଙ୍କ ମର ଶରୀରକୁ ହସ୍ତାନ୍ତର କରାଯାଇଛି।

Leave A Reply