ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ମୋହନା: ସ୍ଥାନୀୟ ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆରମ୍ଭ ହେଇଥିବା ଛାତ୍ରୀଙ୍କ ନିମନ୍ତେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଏହି ଶିବର ଏପ୍ରିଲ ୫ତାରିଖରେ ଆରମ୍ଭ ହୋଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ସୀମାଞ୍ଚଳ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ମଧୁସୂଦନ ପାଢୀ, ମୁଖ୍ୟବକ୍ତା ବରିଷ୍ଠ ଅଧ୍ୟ।ପକ ଭଗବାନ ବିଷୋୟୀ, ସମ୍ମାନୀତ ଅତିଥି ଭାବେ ରାଜନିତୀ ବିଜ୍ଞାନ ଅଧ୍ୟାପକ ଅନିଲ କୁମାର ତ୍ରିପାଠୀ, ଇଂରାଜୀ ବିଭାଗ ଅଧ୍ୟାପକ ଏସ.ରମେଶ ଯୋଗ ଦେଇଥିଲେ। ବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ତଥା ଯୋଗ ଶିକ୍ଷକ ମୀନକେତନ ମିଶ୍ରଙ୍କ ତତ୍ତ୍ଵାବଧାନରେ ୮ଦିନ ଧରି ଚାଲି ଥିବା ଶିବିରକୁ ପ୍ରଶିକ୍ଷିକା ଭାବେ ଇନ୍ଦିରା ସ୍ମୃତି ମହାବିଦ୍ୟାଳୟର ମାଷ୍ଟର ଟ୍ରେନର ତପସ୍ଵିନୀ ଦଳାଇ, ଅମିତା କୁମାରୀ ଜାନୀ ଶିବିରର ଶିକ୍ଷାର୍ଥୀଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରିଥିଲେ। ଛାତ୍ରୀମାନେ ପ୍ରଶିକ୍ଷଣ ସମୟର ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରିଥିଲେ । ତାଲିମ ଗ୍ରହଣ କରିଥିବା ସମସ୍ତ ଶିକ୍ଷାର୍ଥୀଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ।
kalyan agarbati

Comments are closed.