www.samajalive.in
Monday, December 15, 2025
15.1 C
Bhubaneswar

ପୁଲିସ ହାବୁଡରେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ

ମୋହନା: ଗଞ୍ଜେଇର ଭୂସର୍ଗ ମୋହନା ବ୍ଳକରେ ପୁଲିସ କଡ଼ା ପଦକ୍ଷେପ ସତ୍ତ୍ୱେ ଗଞ୍ଜେଇ ଚୋରା ଚାଲାଣ ଥମିବାର ନା ଗନ୍ଧ ଧଗୁନି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଅଡବା ପୁଲିସ୍ ଏସଆଇ ରବିନ୍ଦ୍ର ପାତ୍ର ଓ କର୍ମଚାରୀ ଅନ୍ତରବା – ଚନ୍ଦ୍ରଗିରି ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଡ଼େଙ୍ଗେମା ଗ୍ରାମ ନିକଟରେ ଦୃତ ଗତିରେ ଆସୁଥିବା ଏକ ୱ।ଗନ କାରନଂ-ଓଆର ୨୦-୯୩୫୧କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବାବେଳେ ୨ଟି ଜରି ଅଖାରେ ଗଞ୍ଜେଇ ଭର୍ତ୍ତି ହୋଇ ରହିଥିବା ଦେଖିବାକୁ ପାଇଥିଲେ। ସ୍ଥାନୀୟ ସହକାରୀ ତହସିଲଦାର ଆଶିଷ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତାକୁ ଓଜନ କରିବାରୁ ତାହା ୬୫କିଲୋ ୮୦୦ ଗ୍ରାମ ହୋଇଥିଲା।

ଅନ୍ତ୍ରରବା ଅଞ୍ଚଳରୁ ଗଞ୍ଜେଇ ସଂଗୃହୀତ ହୋଇ ହରିଆନା ରାଜ୍ୟକୁ ଚାଲାଣ ହେଉଥିବା ଜଣାପଡିଛି। ଏହି ଚୋରା ଗଞ୍ଜେଇ ଚାଲାଣରେ ସଂପୃକ୍ତ ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କୁମାରୀ ପଦର ଗ୍ରାମର ଲାଲୁ ପ୍ରସାଦ ବଳିଆରସିଂ ଓ ଉତ୍ତର ପ୍ରଦେଶ ରାଜ୍ୟ ଅନ୍ତର୍ଗତ ବିନାୟୁଲି ଥାନା ଅଞ୍ଚଳର ବରନୱ। ଗ୍ରାମର ଆରିଫ ଆନସାରୀ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ଗାଡିକୁ ମଧ୍ୟ ପୁଲିସ ଜବତ କରି ତଦନ୍ତ କରୁଥିବା ଥାନା ଅଧିକାରୀ ଆନନ୍ଦ ପାତ୍ର ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories