www.samajalive.in
Sunday, December 14, 2025
26.1 C
Bhubaneswar

ମେଘା ସେକ୍ଟରରେ ବିଶ୍ୱ ନିରାପତ୍ତା ଦିବସ

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ରାଜନଗର ପଞ୍ଚାୟତ ସଭାଗୃହରେ ଶୁକ୍ରବାର ବିଶ୍ୱ ରୋଗୀ ନିରାପତ୍ତା ଦିବସ ପାଳିତ ହୋଇଯାଇଛି। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶକ୍ରମେ ମେଘା ସେକ୍ଟର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏହି କାର୍ଯ୍ୟକ୍ରମରେ ସଂଯୋଜନା କରି ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ ଓ ସଚେତନତା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଥାଏ ବୋଲି ପ୍ରକାଶ କରିଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଏହି ଦିବସରେ ବାର୍ତ୍ତା ରଖିଛନ୍ତି ‘ସୁରକ୍ଷିତ ପ୍ରସବ ଓ ନବଜାତ ଶିଶୁର ବିଶେଷ ଯନ୍ତ୍ର’। ବିଶ୍ୱସ୍ତରରେ ନିରାପଦ ମାତୃତ୍ୱକୁ ପ୍ରାଧାନ୍ୟ ଦିଆଯାଇଛି।

ପ୍ରସବ ସମୟରେ ଓ ନବଜାତ ଶିଶୁମାନଙ୍କୁ କିପରି ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ଏବଂ ଦୁର୍ଗମ ଅଞ୍ଚଲରେ ଥିବା ଗର୍ଭବତୀ, ପ୍ରସୂତୀ ଓ ନବଜାତ ଶିଶୁଙ୍କ ଯନ୍ତ୍ର ଏବଂ କିପରି ଉନ୍ନତ ସ୍ୱାସ୍ଥ୍ୟସେବା, ଔଷଧ ପ୍ରଦାନ, ମାଗଣା ଆମ୍ବୁଲାନ୍ସ ସେବା, ନିଦାନ ସେବା ଓ ଡାକ୍ତରଖାନାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯାଇ ପାରିବ ସେଥିପାଇଁ ଏହି ଦିବସରେ ସଚେତନତା କରାଯାଇଥାଏ। ସବୁ ରୋଗୀଙ୍କୁ ଗ୍ରାମରେ ଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଉତ୍ତମ ସ୍ୱାସ୍ଥ୍ୟସେବା ଓ ବ୍ୟବହାର ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯାହାଦ୍ୱାରା ମାତୃ ଓ ଶିଶୁ ମୃତ୍ୟୁହାର କମିବା ସହିତ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇ ପାରିବ ବୋଲି ଶ୍ରୀ ଅସଲମ ପ୍ରକାଶ କରିଥିଲେ। ଶେଷରେ ଉପସ୍ଥିତ ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଶପଥ ଗ୍ରହଣ କରିଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories