ମୋହନା : ରାଜ୍ୟ ଅଗ୍ନିଶମ କର୍ମଚାରୀ ସଂଘ ପକ୍ଷରୁ ୬ ଦଫା ଦାବି ପୂରଣ ପାଇଁ ଦିଆଯାଇଥିବା ଆନ୍ଦୋଳନର ସମର୍ଥନରେ ମୋହନା ଅଗ୍ନିଶମ ବିଭାଗ କର୍ମଚାରୀ ଧାରଣରେ ବସିଛନ୍ତି । କାର୍ଯ୍ୟରତ ଅଗ୍ନିଶମ କର୍ମଚାରୀମାନଙ୍କୁ ପୁଲିସ କର୍ମଚାରୀମାନଙ୍କ ସହିତ ସମାନ ଦରମା ଓ ଭତ୍ତା ପ୍ରଦାନ କରିବା, ହାବିଲଦାର ଏବଂ ଫାୟାରମ୍ୟାନ ସଂଘକୁ ତୁରନ୍ତ ପଞ୍ଜୀକରଣ କରିବା, ଚୁକ୍ତି ଭିତିକ କର୍ମଚାରୀମାନଙ୍କୁ ନିୟମିତ କରିବା, କର୍ମଚାରୀମାନଙ୍କୁ ନିଜ ଜିଲ୍ଲା ଏବଂ ଆବଶ୍ୟକ ସ୍ଥଳରେ ସ୍ଥାନୀୟ ଜିଲ୍ଲାରେ ନିଯୁକ୍ତି ପ୍ରଦାନ କରିବା, ଅବସର ଗ୍ରହଣ କରିଥିବା କର୍ମଚାରୀମାନଙ୍କୁ ତୁରନ୍ତ ପେନସନ ଓ ଅବସର କାଳୀନ ପ୍ରାପ୍ୟ ପ୍ରଦାନ କରିବା, ୮ ଘଣ୍ଟା କାର୍ଯ୍ୟ କରିବା ଏବଂ ଓଡିଶା ଅଗ୍ନିଶମ ସେବା ସଂସ୍ଥାରେ ଖାଲିପଡିଥିବା ପଦବୀ ଗୁଡିକୁ ତୁରନ୍ତ ପୂରଣ କରିବା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
Popular Categories



