www.samajalive.in
Wednesday, December 10, 2025
26.1 C
Bhubaneswar

ଭବାନୀପାଟଣା ; ସଡକ ଦୁର୍ଘଟଣାରେ ୩୫ ଗୁରୁତର

ଭବାନୀପାଟଣା : ଭବାନୀପାଟଣାରେ ଏକ ସଡକ ଦୁର୍ଘଟଣାରେ ୩୫ ଜଣ ଆହତ ହୋଇଥିବା ସୂଚନା ମିଳିଛି  । ମଙ୍ଗଳବାର ଦିନ ୧୧ଟା ସମୟରେ ଭବାନୀପାଟଣା – ଖରିଆର ରାସ୍ତାର କର୍ଲାଗୁଡା ନିକଟରେ ଏକ ପିକ୍ଅପ୍ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୩୫ଜଣ  ଆହତ ହୋଇଥିଲେ ।

ସୋମବାରରେ  ପୁରୀରେ ଅନୁଷ୍ଠିତ ହୋଇଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଭବାନୀପାଟଣା ବ୍ଲକର ଛେଲିଆମାଲ ଗ୍ରାମର ପ୍ରାୟ ୩୫ ଜଣ ପୁରୁଷ , ମହିଳା, ଶିଶୁ ଏକ ପିକ୍ଅପ୍ ଭ୍ୟାନରେ ଯାଇଥିଲେ । ପୁରୀରୁ ଫେରୁଥିବା ସମୟରେ ଏହି ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ଓ କଟକ ପଠାଯାଇଛି । ଅନ୍ୟ ଆହତମାନେ ଭବାନୀପାଟଣା ଜିଲ୍ଲା ଚିକିତ୍ସାଳୟରେ ଅଛନ୍ତି ।

Hot this week

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

Related Articles

Popular Categories