www.samajalive.in
Wednesday, December 10, 2025
26.1 C
Bhubaneswar

ସଜିର୍କାଲ ଷ୍ଟ୍ରାଇକ୍‍ ହିରୋ ସନ୍ଦୀପ ସିଂହ ସହିଦ

ଶ୍ରୀନଗର : ‘ସର୍ଜିକାଲ ଷ୍ଟାଇକ୍‍ ହିରୋ’ ଭାବେ ପରିଚିତ ଲାନ୍ସ ନାଏକ ସନ୍ଦୀପ ସିଂହ ଆତଙ୍କବାଦୀଙ୍କ ସହିତ ଗୁଳିବିନିମୟରେ ପ୍ରାଣ ହରାଇଛନ୍ତି। ସୋମବାର କୁପୱାଡ଼ା ଜିଲାର ଟଙ୍ଗଧର ସେକ୍ଟରରେ ସୁରକ୍ଷାକର୍ମୀଙ୍କ ଚଢ଼ଉ ସମୟରେ ଆତଙ୍କବାଦୀଙ୍କ ସହିତ ଗୁଳିବିନିମୟ ହୋଇଥିଲା। ଏଥିରେ ୩ ଆତଙ୍କବାଦୀ ନିପାତ ହୋଇଥିଲାବେଳେ ଜଣେ ଯବାନ ସହିଦ ହୋଇଥିଲେ। ଏହି ଯବାନ ହେଉଛନ୍ତି ପାକିସ୍ତାନ ଉପରେ ୨୦୧୬ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‍ରେ ସାମିଲ ଆଗୁଆ ବାହିନୀ ସହସ୍ୟ ସନ୍ଦୀପ। ସୋମବାର ସେ ୪-ପାରା କମାଣ୍ଡୋ ବାହିନୀର ନେତୃତ୍ୱ ନେଇ ଟଙ୍କଧର ସେକ୍ଟରରେ ଚଢ଼ଉ ଜାରି ରଖିଥିଲାବେଳେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ସନ୍ଦୀପଙ୍କ ବାହିନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଥିଲେ। ତାଙ୍କ ମୁଣ୍ଡ ଓ ଶରୀରରେ ଏକାଧିକ ଗୁଳି ବାଜିବା ସତ୍ତ୍ବେ ସେ ଅପୂର୍ବ ବୀରତ୍ୱର ସହିତ ଆକ୍ରମଣ ଅବ୍ୟାହତ ରଖିଥିଲେ ଓ ୩ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ସନ୍ଦୀପଙ୍କ ଘର ପଞ୍ଜାବର ଗୁରୁଦାସପୁରଠାରେ। ତାଙ୍କର ପତ୍ନୀ ଓ ୫ବର୍ଷର ଛୋଟ ପୁଅ ଅଛନ୍ତି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories