www.samajalive.in
Sunday, December 14, 2025
19.1 C
Bhubaneswar

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଲା କରୋନା ଟୀକା

ମୋହନା: ଦୀର୍ଘଦିନର ଅପେକ୍ଷା ପରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପହଞ୍ଚିଛି କରୋନା ଟୀକା। ଗଜପତି ଜିଲ୍ଲାର ମୋହନା, ପାରଳାଖେମୁଣ୍ଡି, ରାୟଗଡ଼ ଓ ଗୁରାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟୀକାକରଣର ବ୍ୟବସ୍ଥା ଜିଲ୍ଲା ପ୍ରସାଶନ ପକ୍ଷରୁ କରାଯାଇଛି। ଶୁକ୍ରବାର ପୁର୍ବାହ୍ନ ୧୧ଟା ସମୟରେ କଡା ସୁରକ୍ଷା ମଧ୍ୟରେ ଜାତୀୟ ଟୀକା ଯାନରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକା ପହଞ୍ଚିଥିଲା।

- Advertisement -

ଟୀକା ସୁରକ୍ଷିତ ରଖାଯାଇଥିବା ବକ୍ସକୁ ଓହ୍ଲାଯାଇ ଧୂପ, ଦୀପ, ହୁଳହୁଳି, ଶଙ୍ଖ, ଘଣ୍ଟି ବଜାଇ ବନ୍ଦାପନା କରି ଟୀକା ସୁରକ୍ଷିତ ରଖାଯିବା ଗୁହକୁ ବିଡ଼ିଓ ବଂଶୀଧର ଖୋସଲା, ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ଡ଼.ନମିତା ପଣ୍ଡା, ଡ଼. ଅମୃତରାଜ ଜେନା, ଡ଼. ଜୟ ପଣ୍ଡା, ଜିଲ୍ଲା ଆଶା ପ୍ରବନ୍ଧକ ନାରାୟଣ ମଲ୍ଲିକ,ଫାର୍ମାଶିଷ୍ଟ କୃଷ୍ଣଚନ୍ଦ୍ର ପଟ୍ଟନାୟକ, ଷ୍ଟାପ ନର୍ସ ଉର୍ମିଳା ପ୍ରଧାନ, ଏଲଏଚଭି ପ୍ରତିଭା କୁମାରୀ ପରିଡ଼ା, ବିପିଏମ ବିଭୂପ୍ରସାଦ କର, ବସନ୍ତ ନାୟକ ଆଦି କର୍ମଚାରୀମାନେ ନେଇଥିଲେ।

ଟୀକାକରଣ ପାଇଁ ପଞ୍ଜିକୃତ ହୋଇଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନାବାଡ଼ି କର୍ମୀ ଆଦି ଆଗଧାଡିର କରୋନା ଯୋଦ୍ଧାଙ୍କୁ ଏହି ଟୀକା ଶନିବାର ଦିନ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୫ଟା ମଧ୍ୟରେ ଦିଆଯିବ। ୧୦୦ ଜଣ କରୋନା ଯୋଦ୍ଧାଙ୍କୁ ଯେଉଁମାନଙ୍କର ବୟସ ୫୦ ବର୍ଷରୁ କମ୍ ହୋଇଥିବ ସେମାନଙ୍କୁ ଏହି ଟୀକା ଦିଆଯିବ ବୋଲି ଡାକ୍ତର ଶ୍ରୀମତୀ ପଣ୍ଡା ସୂଚନା ଦେଇଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories