www.samajalive.in
Monday, December 15, 2025
27.1 C
Bhubaneswar

ସରପଞ୍ଚ ଓ ୱାର୍ଡମେମ୍ବର ଉପନିର୍ବାଚନ ତାରିଖ ଘୋଷଣା, ଫେବୃଆରୀ ୨୪ରେ ଭୋଟଗ୍ରହଣ

ଭୁବନେଶ୍ବର: ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ମୃତ କିମ୍ବା ଇସ୍ତଫା ଦେଇଥିବା ସରପଞ୍ଚ ଓ ୱାର୍ଡମେମ୍ବର ପଦ ପାଇଁ ଉପନିର୍ବାଚନ କରିବାକୁ ତାରିଖ ଘୋଷଣା କରାଯାଇଛି। ଏଥିରେ ଫେବୃଆରୀ ୨୪ରେ ଭୋଟଗ୍ରହଣ କରାଯିବ। ଆଜିଠାରୁ ଅର୍ଥାତ୍‌ ଜାନୁଆରୀ ୧୫ରୁ ଫେବୃଆରୀ ୨୫ ପର୍ଯ୍ୟନ୍ତ ନିର୍ବାଚନ ଆଚରଣବିଧି ଲାଗୁ କରାଯିବ ବୋଲି ସୂଚନା ଦିଆଯାଇଛି। ଏଥିନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

- Advertisement -


ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ସରପଞ୍ଚ ଓ ୱାର୍ଡମେମ୍ବର ଉପନିର୍ବାଚନ ପ୍ରାଥୀଙ୍କ ପାଇଁ ବ୍ଲକ କାର୍ଯ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ ଓ ସମ୍ପୃକ୍ତ ୱାର୍ଡରେ ଜାନୁଆରୀ ୨୨ ପୂର୍ବାହ୍ନ ୧୦ଟାରେ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିବେ। ଜାନୁଆରୀ ୨୮ରୁ ଫେବୃଆରୀ ୧ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିପାରିବେ। ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ସରପଞ୍ଚ ପ୍ରାର୍ଥୀ ବ୍ଲକ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିବାକୁ ଥିବାବେଳେ ୱାର୍ଡମେମ୍ବର ପ୍ରାର୍ଥୀ ପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିପାରିବେ। ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ବ୍ଲକ କାର୍ଯ୍ୟାଳୟରେ ଏବଂ ୱାର୍ଡମେମ୍ବର ପ୍ରାର୍ଥୀଙ୍କ ଲାଗି ପଞ୍ଚାୟତ କାର୍ଯ୍ୟାଳୟରେ ଫେବୃଆରୀ ୨ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ ଏବଂ ଫେବୃଆରୀ ୩ ପୂର୍ବାହ୍ନ ୧୧ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ଫେବୃଆରୀ ୫ ପୂର୍ବାହ୍ନ ୧୧ଟାରେ ନର୍ବାଚନରେ ଅଂଶଗ୍ରହଣ କରିବାକୁ ଚାହୁଁନଥିବା ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ଏବଂ ସେହିଦିନ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ବିଭିନ୍ନ ମତଦାନ କେନ୍ଦ୍ରରେ ଫେବୃଆରୀ ୨୪ରେ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ବ୍ଲକ କାର୍ଯ୍ୟାଳୟରେ ଫେବୃଆରୀ ୨୫ ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହେବ ଏବଂ ଫଳାଫଳ ଘୋଷଣା କରାଯିବ। ଫେବୃଆରୀ ୨୬ରେ ବ୍ଲକ କାର୍ଯ୍ୟାଳୟରେ ନିର୍ବାଚିତ ସରପଞ୍ଚ ଓ ୱାର୍ଡମେମ୍ବରଙ୍କ ନାମ ପ୍ରକାଶ ପାଇବ ଏବଂ ଏହା ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯିବ। ଯେଉଁଠାରେ ସରପଞ୍ଚ ଓ ୱାର୍ଡମ୍ବେର ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ ସେଠାରେ ଜାନୁଆରୀ ୧୫ରୁ ଫେବୃଆରୀ ୨୫ ପର୍ଯ୍ୟନ୍ତ ନିର୍ବାଚନ ଆଚରଣବିଧି ଲାଗୁ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories