www.samajalive.in
Sunday, December 7, 2025
14.1 C
Bhubaneswar

ଓଲଟିଲା ପେପର ବୋଝେଇ ଟ୍ରକ, ଦୁଇ ଆହତ

ମୋହନା : ଗଜପତି – ଗଞ୍ଜାମ ଜିଲ୍ଲା ସୀମାନ୍ତର ପାଳୁଖୁଳା ନିକଟ ବୁଲାଣିରେ ପୁଣି ଓଲଟିଲା ଏକ ପେପର ଗୁଣ୍ଡ ବୋଝେଇ ଟ୍ରକ। ଦୁର୍ଘଟଣାରେ ଦୁଇ ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ବୁଧବାର ଦିନ ସକାଳ ୮ଟା ସମୟରେ ରାୟଗଡା ପଟୁ ଏକ ପେପର ବୋଝେଇ ଟ୍ରକ ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ତପ୍ତପାଣି ଘାଟି ନିକଟସ୍ଥ ପାଳୁଖୁଳା ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଲା। ଯାହାଫଳରେ ଗାଡ଼ିଚାଳକ ଅମୁଲ୍ୟ କୁମାର ଭୁୟାଁ (୩୦)ହେଲପର କୃଷ୍ଣଗୌଡ଼ (୨୫)ଙ୍କ ମୁଣ୍ଡ, ହାତ, ଗୋଡ଼ରେ ଆଘାତ ଲାଗିଥିଲା।

- Advertisement -

ଖବରପାଇ ସାନ ଖେମୁଣ୍ଡି ଅଗ୍ନିଶମ ବିଭାଗ ଅଧିକାରୀ ସୁଶାନ୍ତ ରଞ୍ଜନ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ସୁନୀଲ କୁମାର ଦାଶ, ତାପସ ସାମନ୍ତରାୟ, ଆନନ୍ଦ ପ୍ରଧାନ ଓ ଅନ୍ୟ କର୍ମଚାରୀ ମିଳିତ ଭାବରେ ଗାଡିରୁ ରକ୍ତାକ୍ତ ଅବସ୍ଥାରେ ଚାଳକ ଓ ହେଲପରଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ ଘଟଣା ସ୍ଥଳରେ ପାଟପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories