କେଜ୍ରିଓ୍ଵାଲଙ୍କ ମଧ୍ୟବର୍ତ୍ତିକାଳୀନ ଜାମିନ ଆବେଦନ – ନିର୍ବାଚନ ପାଇଁ ଶୁଣାଣି କରିବେ ସୁପ୍ରିମକୋର୍ଟ

ଡେସ୍କ: ଦିଲ୍ଲୀରେ ଲୋକସଭା ନିର୍ବାଚନ ସମୟରେ ଅବକାରୀ ନୀତି ସମ୍ବନ୍ଧୀୟ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ମଧ୍ୟବର୍ତ୍ତିକାଳୀନ ଜାମିନ ଆବେଦନ ଉପରେ ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ – ଇଡି ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁଙ୍କୁ କହିଛନ୍ତି ଯେ ଗିରଫଦାରୀ ବିରୋଧରେ କେଜ୍ରିୱାଲଙ୍କ ଆବେଦନର ଶୁଣାଣି ପାଇଁ ସମୟ ଲାଗିବାର ସମ୍ଭାବନା ରହିଛି, ତେଣୁ ଅଦାଲତ ତାଙ୍କ ପାଇଁ ଅନ୍ତରୀଣ ଜାମିନ ଉପରେ ତଦନ୍ତକାରୀ ସଂସ୍ଥାର ଯୁକ୍ତି ଶୁଣିବାକୁ କରିବାକୁ ବିଚାର କରୁଛନ୍ତି।

ନିୟମ ମାନିଲେନି, ଗଣିବେ ତଣ୍ଡ

କେଜ୍ରିୱାଲଙ୍କ ମଧ୍ୟବର୍ତ୍ତିକାଳୀନ ଜାମିନ ଆବେଦନକୁ ସେ ବିରୋଧ କରିବେ ବୋଲି ରାଜୁ କହିଛନ୍ତି। ଖଣ୍ଡପୀଠ କହିଛନ୍ତି, ଆମେ ମଧ୍ୟବର୍ତ୍ତିକାଳୀନ ଜାମିନ ବିଷୟରେ ଶୁଣିବୁ, ଜାମିନ ଦେବା ନ ଦେବା ନିଷ୍ପତ୍ତି ଖଣ୍ଡପୀଠ ଉପରେ ନିର୍ଭର କରେ।

ଗଣମାଧ୍ୟମ ରିପୋର୍ଟକୁ ଖଣ୍ଡନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ମେ ୭ ତାରିଖରେ ଅନ୍ତରୀଣ ଜାମିନ ଆବେଦନ ଉପରେ ଯୁକ୍ତି ପାଇଁ ପ୍ରସ୍ତୁତ ରହିବାକୁ ସୁପ୍ରିମକୋର୍ଟ ରାଜୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଇଡି ଦ୍ୱାରା କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରୁଛନ୍ତି ଖଣ୍ଡପୀଠ। ମାର୍ଚ୍ଚ ୨୧ରେ ଗିରଫ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ତିହାର ଜେଲରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

ଦୁଇ ହଜାର ଟଙ୍କିଆ ନୋଟ ଏବେବି ବୈଧ, ଜଲଦି ବଦଳାଇ ଦିଅନ୍ତୁ

ଏପ୍ରିଲ ୧୫ତାରିଖରେ ସୁପ୍ରିମକୋର୍ଟ ଇଡିକୁ ନୋଟିସ୍ ଜାରି କରି କେଜ୍ରିୱାଲଙ୍କ ଆବେଦନ ଉପରେ ଜବାବ ମାଗିଥିଲେ। ଏପ୍ରିଲ ୯ ତାରିଖରେ ହାଇକୋର୍ଟ କେଜ୍ରିୱାଲଙ୍କ ଗିରଫଦାରୀକୁ ବଜାୟ ରଖି କହିଥିଲେ ଯେ ଗିରଫଦାରୀରେ କୌଣସି ବେନିୟମ ହୋଇ ନାହିଁ ଏବଂ ବାରମ୍ବାର ସମନକୁ ଅଣଦେଖା କରିବା ଓ ତଦନ୍ତରେ ସହଯୋଗ କରିବାକୁ ମନା କରିବା ପରେ ଇଡି ପାଖରେ କୌଣସି ବିକଳ୍ପ ନ ଥିଲା।

ଏନଟିପିସିର ବରିଷ୍ଠ ମ୍ୟାନେଜର ଗିରଫ

Comments are closed.