www.samajalive.in
Saturday, December 6, 2025
14.1 C
Bhubaneswar

ପୁଣି ଶ୍ରୀମନ୍ଦିର ଭିତର ବେଢ଼ା ଭିଡିଓ ପ୍ରଘଟ: ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ପୁରୀ : ଶ୍ରୀମନ୍ଦିର ଭିତର ବେଢ଼ା ଭିଡିଓ ପୁଣି ଥରେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଲଭ ପାହାଦାନ ଏବଂ ଅର୍ପିତା ୧୪ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ପ୍ରଘଟ ହେବା ସହ ଭିଡିଓରେ ଜଣେ ଯୁବତୀଙ୍କୁ ଦେଖିବାକୁ ମିଳୁଛି। ‘ଲେଟ୍ସ ଗୋ ଭିଜିଟ ଧାମ’ ମେସେଜ ଦିଆଯାଇ ଏହି ଭିଡିଓରେ ପୁରୀ ରେଳ ଷ୍ଟେସନ, ବଡ଼ଦାଣ୍ଡ, ଶ୍ରୀମନ୍ଦିର ଭିତର ବେଢ଼ା, ସ୍ବର୍ଗଦ୍ବାର ଓ ସମୁଦ୍ରକୂଳର ଦୃଶ୍ୟ ଛଡ଼ା ଯାଇଛି। ଭିଡିଓ ମଝିରେ ଶ୍ରୀମନ୍ଦିର ଭିତର ବେଢ଼ାରେ ନୃସିଂହଙ୍କ ମନ୍ଦିର ଫଟୋ ରହିଛି। ନୃସିଂହ ମନ୍ଦିର ସମ୍ମୁଖରୁ ଏଇ ଭିଡିଓ ନିଆଯାଇଥିବା ଜଣାପଡୁଛି। ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁନଃ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାରମ୍ବାର ଶ୍ରୀମନ୍ଦିର ଭିତର ଭିଡିଓ ପ୍ରଘଟ ଘଟଣା ଫଳରେ ଜଗନ୍ନାଥପ୍ରେମୀଙ୍କ ଭାବାବେଗରେ ଆଘାତ ଲାଗିଛି। ଚଳିତ ବର୍ଷ ଜାନୁଆରୀ ୫ ତାରିଖ ଭୋରୁ ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡିବା ଏବଂ ୧୨ରେ ଶ୍ରୀମନ୍ଦିର ଭିତର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ଘଟଣା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲା। ସେହିମାସ ୧୯ରେ ଶ୍ରୀମନ୍ଦିରର ଗର୍ଭଗୃହର ସମ୍ବେଦନଶୀଳ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିଲା। ବୃନ୍ଦାବନର ବାଙ୍କେ ବିହାରୀ ଅନନ୍ତ ନିଜ ଇନଷ୍ଟାଗ୍ରାମ ଓ ଫେସ୍‌ବୁକରେ ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ପ୍ରଘଟ କରିଥିବା ଦେଖିବାକୁ ମିଳିଥିଲା। ଏହି ୩ଟି ଘଟଣାରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା। କିନ୍ତୁ ୩ଟି ଘଟଣା ମଧ୍ୟରୁ
କେବଳ ବୃନ୍ଦାବନର ବାଙ୍କେ ବିହାରୀ ଅନନ୍ତ ଫେବୃଆରୀ ୧୯ରେ ସିଂହଦ୍ବାର ଥାନାରେ ହାଜର ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ଉପରୋକ୍ତ ଘଟଣାରେ ପୁଲିସ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିନି। ଏବେ ଅନ୍ୟ ଏକ ଭିଡିଓ ପ୍ରଘଟ ଘଟଣା ପରେ ପୁନର୍ବାର ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲା ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ କହିଛନ୍ତି, ଭିଡିଓ ପ୍ରଘଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ସିଂହଦ୍ବାର ଥାନାରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories