www.samajalive.in
Saturday, December 13, 2025
26.1 C
Bhubaneswar

୪ ଓ୍ବିକେଟରେ ହାରିଲା ଅଷ୍ଟ୍ରେଲିଆ, ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ଭାରତ

ଦୁବାଇ : ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ପ୍ରବେଶ କଲା ଭାରତ । ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ଲଢେଇରେ ୪ ଓ୍ବିକେଟରେ ବିଜୟ ଲାଭ କରିଛି । ମ୍ୟାଚ୍ ସଂଘର୍ଷ ପୂର୍ଣ୍ଣ ରହିଥିଲା । ତେବେ ଲକ୍ଷ୍ୟକୁ ପୂରଣ କରି ଟିମ୍ ଇଣ୍ଡିଆ ବିଜୟ ଲାଭ କରିଛି । ସେମିଫାଇନାଲରେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିରାଟ କୋହଲି ୮୪ ରନ୍ ସଂଗ୍ରହ କରିଛନ୍ତି । ୪୭ ତମ ଓଭରରେ ଭାରତ ୨୫୦ ରନ୍ ପାର୍ କରିଥିଲା । ପାଣ୍ଡ୍ୟା ଆଡମ ଜମ୍ପାଙ୍କ ବଲରେ ଲଗାତର ୨ ଛକା ମାରି ଟିମକୁ ୨୫୦ ପାର୍ କରିଥିଲେ । ୪୮ ତମ ଓଭରରେ ପାଣ୍ଡ୍ୟା ୨୮ ରନରେ ଆଉଟ୍ ହୋଇଥିଲେ । କେଏଲ୍ ରାହୁଲ ଗ୍ଲେନ ମ୍ୟାକ୍ସଓ୍ବାଲଙ୍କ ବଲରେ ଛକା ମାରି ଭାରତୀୟ ଦଳକୁ ଜିତାଇଥିଲେ ।

- Advertisement -

ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୬୫ ରନର ଲକ୍ଷ୍ୟ ଦେଇଥିଲା । ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ୭୩ ଓ ଏଲେକ୍ସ କ୍ୟାରୀ ୬୧ ରନ୍ କରିଥିଲେ । ଭାରତୀୟ ବୋଲର୍ ଅଷ୍ଟ୍ରେଲିଆକୁ ଅଲଆଉଟ୍ କରିଥିଲେ । ମୋହମ୍ମଦ ଶାମି ୩, ରବିନ୍ଦ୍ର ଜଡେଜା ଓ ବରୁଣ ଚକ୍ରବର୍ତ୍ତୀ ୨-୨ ଓ୍ବିକେଟ୍ ନେଇଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories