www.samajalive.in
Saturday, December 6, 2025
23.1 C
Bhubaneswar

ୟୁକୋ ବ୍ୟାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ 

ବ୍ୟାଙ୍କର ସମୁଦାୟ ବ୍ୟବସାୟ ୯.୫୦ ପ୍ରତିଶତ ଅଭିବୃଦ୍ଧି ହାରରେ ୪,୫୦,୦୦୭ କୋଟିରେ ପହଞ୍ଚିଛି

ଭୁବନେଶ୍ୱର : ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କର ଆର୍ଥିକ ଫଳାଫଳ ପ୍ରକାଶ ପାଇଛି । ବ୍ୟାଙ୍କର ଗ୍ରସ୍‌ ଅଗ୍ରୀମ ଶତକଡା ୧୫.୬୨ ପ୍ରତିଶତ ବୃଦ୍ଧି ପାଇ ୧,୮୬,୮୭୭ କୋଟିରେ ପହଞ୍ଚିଛି । ବ୍ୟାଙ୍କର ସମୁଦାୟ ଜମା ଶତକଡା ୫.୫୩ ପ୍ରତିଶତ ବୃଦ୍ଧି ପାଇ ୨,୬୩,୧୩୦ କୋଟିରେ ପହଞ୍ଚିଥିବା ବେଳେ ରିଟେଲ୍‌, କୃଷି ଓ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଶତକଡା ୧୩.୮୮ ପ୍ରତିଶତ ବୃଦ୍ଧି ସହ ୯୭,୫୧୬ କୋଟିରେ ପହଞ୍ଚିଛି । ବ୍ୟାଙ୍କର ରିଟେଲ୍‌, କୃଷି ଓ ଏମ୍‌ଏସ୍‌ଏମ୍‌ଇ ଅଗ୍ରୀମରେ ଯଥାକ୍ରମେ ଶତକଡା ୧୪.୬୨, ୧୩.୧୬ ଓ ୧୩.୫୩ ପ୍ରତିଶତ ବୃଦ୍ଧି ଘଟିଛି । ଆର୍ଥିକ ବର୍ଷ ୨୦୨୪ ମାର୍ଚ୍ଚ ମାସ ଶେଷ ସୁଦ୍ଧା ବ୍ୟାଙ୍କର ଗ୍ରସ୍‌ ଏନ୍‌ପିଏ ରେ ୧୩୨ବିପିଏସ୍‌ ହ୍ରାସ ସହିତ ଶତକଡା ୩.୪୬ ପ୍ରତିଶତ ହ୍ରାସ ପାଇଥିବା ବେଳେ ନେଟ୍‌ ଏନ୍‌ପିଏରେ ୪୦ ବିପିଏସ୍‌ ହ୍ରାସ ସହିତ ଶତକଡା ୦.୮୯ ପ୍ରତିଶତ ହ୍ରାସ ପାଇଛି । ବ୍ୟାଙ୍କର ପୁଞ୍ଜି ସ୍ୱଚ୍ଛଳତା ହାର (ସିଆର୍‌ଏଆର୍‌) ୪୭ ବିପିଏସ୍‌ ସହିତ ଶତକଡା ୧୬.୯୮ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଟାୟାର ୧ ପୁଞ୍ଜି ଅନୁପାତରେ ୫୮ ବିପିଏସ୍‌ ସହିତ ଶତକଡା ୧୪.୫୪ ପ୍ରତିଶତ ବୃଦ୍ଧି ଘଟିଛି । ଆର୍ଥିକ ବର୍ଷ ୨୦୨୩-୨୪ ରେ ବ୍ୟାଙ୍କର ପରିଚାଳନାଗତ ଲାଭରେ ଶତକଡା ୫.୪୩ ପ୍ରତିଶତ ବୃଦ୍ଧି ଘଟି ୪୫୭୬ କୋଟିରେ ପହଞ୍ଚିଛି । ବ୍ୟାଙ୍କର ନେଟ୍‌ ସୁଧ ଆୟ ଆର୍ଥିକ ବର୍ଷ ୨୦୨୪ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଶତକଡା ୧୦.୩୨ ପ୍ରତିଶତ ଅଭିବୃଦ୍ଧି ହାରରେ ୮,୧୦୧ କୋଟିରେ ପହଞ୍ଚି ପାରିଛି । ଏହି ତ୍ରେୟମାସରେ ବ୍ୟାଙ୍କର ଲାଭ ଶତକଡା ୧୩.୭୪ ପ୍ରତିଶତ ବୃଦ୍ଧି ସହିତ ୧୧୧୯ କୋଟିରୁ ୧୨୭୩ କୋଟିରେ ପହଞ୍ଚି ପାରିଛି ।

- Advertisement -

 

 

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories