ମରାମତି ଅଭାବରୁ ଜାତୀୟ ରାଜପଥ ଆଣ୍ଠୁଏ ଖାଲ

ପଟାଙ୍ଗି :କୋରାପୁଟ ଜିଲ୍ଲାର ଆନ୍ଧ୍ର ଓଡ଼ିଶା ସିମାନ୍ତ ପଟାଙ୍ଗି ବ୍ଳକ ଅନ୍ତର୍ଗତ ସୁଙ୍କି ସଦର ଥାନା ନିକଟରେ ବିରାଟ ବିରାଟ ଦୁଇଟି ଖାଲ ହୋଇ ଥିବାରୁ ଯାତ୍ରୀ, ଯାତ୍ରୀବାହୀ ଯାନ ସହ ମାଲବାହୀ ଗାଡି ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୁଚନା ଅନୁସାରେ ଆନ୍ଧ୍ର ଓଡ଼ିଶା ସିମାନ୍ତ ୨୬ ନଂ ଜାତୀୟ ରାଜପଥ ୩ ରାଜ୍ୟକୁ ସଂଯୋଗ କରୁଥିବା ବେଳେ ଦୈନିକ ଛୋଟ ବଡ଼ ଶହ ଶହ ସଂଖ୍ୟାରେ ଯାନବାହାନ ଚଳାଚଳ କରୁଛି। ବିଶାଖାପାଟଣା – ଜଗଦଲପୁର, ବିଶାଖାପାଟଣା ରାୟପୁର, କଟକ ଜୟପୁର , ବ୍ରହ୍ମପୁର, ଜୟପୁର, ନବରଙ୍ଗପୁର, କୋଟପାଡ଼, ଉମରକୋଟ, ଇନ୍ଦ୍ରାବତୀ, ବାଲିମେଳା, ଚିତ୍ରକୋଣ୍ଡା, ଛତିଶଗଡ଼ର‌ ଦୁର୍ଗ,ଭିଲାଇ, ନାଗପୁର ଆଦି ବିଭିନ୍ନ ସ୍ଥାନକୁ ଦୈନଦିନ ବହୁ ସଂଖ୍ୟା ରେ ଯାତ୍ରୀବାହୀ, ଟ୍ରକ୍, ଟ୍ରେଲର, ଜିପ୍,କାର ଯାତାୟାତ କରୁଥିବାରୁ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ଜଣାପଡିଛି।
prayash
ସିମାନ୍ତରେ ତିନି ରାଜ୍ୟର ମୁଖ୍ୟ ଯାତାୟାତ ସହ ସ୍ଥାନୀୟ ପଟାଙ୍ଗି ବ୍ଳକର ବିଭିନ୍ନ ପଞ୍ଚାୟତକୁ ମଧ୍ୟ ଏହି ରାସ୍ତାରେ ମୋଟର ସାଇକେଲ, ଜିପ୍ କାର ଯାତାୟାତ କରୁଛି। ସେହିପରି ଅତ୍ୟାବଶ୍ୟକ ଆମ୍ବୁଲାନ୍ସ ସେବା ରାଜ୍ୟ ବାହାର ଏବଂ ଭିତରେ ଚାଲି ଥିବାରୁ ପ୍ରତ୍ୟେକ ଦିନ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ତୁରନ୍ତ ଏହାର ମରାମତି କରାଯିବାକୁ ସାଧାରଣରେ ଦାବୀ ହେଉଛି।

Comments are closed.