www.samajalive.in
Tuesday, December 9, 2025
16.1 C
Bhubaneswar

ଏଲନ୍‌ ମସ୍କଙ୍କ ସହ ମୋଦୀଙ୍କ ଆଲୋଚନା

ୱାଶିଂଟନ : ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନ​ରେନ୍ଦ୍ର ମୋଦୀ ଗୁରୁବାର ଟେସ୍‌ଲା ସିଇଓ ଏଲନ୍‌ ମସ୍କଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ବ୍ଲେୟାର ହାଉସ୍‌ରେ ହୋଇଥିବା ଉଭୟଙ୍କ ସାକ୍ଷାତ କାଳରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ବିଶେଷକରି ମହାକାଶ ଗବେଷଣା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ନିରନ୍ତର ବିକାଶ, ବୈଷୟିକ ଜ୍ଞାନକୌଶଳ ଆଦି ପ୍ରସଙ୍ଗରେ ଉଭୟ ଆଲୋଚନା କରିଛନ୍ତି। ଆଲୋଚନା କାଳରେ ଉଭୟ ଟୋକ୍ନୋଲୋଜି, ସୁଶାସନ ଓ ଉଦ୍ୟୋଗ ବିକାଶ କ୍ଷେତ୍ରରେ ପରସ୍ପରର ସହଯୋଗ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି। ମସ୍କଙ୍କ ସହିତ ତାଙ୍କର ଆଲୋଚନା ସକାରାତ୍ମକ ରହିଥିବା ମୋଦୀ ସୋସିଆଲ ମଡିଆ ଏକ୍ସରେ କହିଛନ୍ତି। ମସ୍କଙ୍କୁ ସାକ୍ଷାତ କରିବା ପରେ ମୋଦୀ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସ୍‌ଏ) ମାଇକେଲ ୱାଲଜ୍‌ଙ୍କ ସହିତ କଥାବାର୍ତ୍ତା କରିଥିଲେ। ଆଲୋଚନା କାଳରେ ଭାରତ-ଆମେରିକା ମଧ୍ୟରେ ପ୍ରତିରକ୍ଷା, ଟେକ୍ନୋଲୋଜି ଓ ସୁରକ୍ଷା କ୍ଷେତ୍ରରେ ସହଯୋଗକୁ ନିବିଡ କରିବାକୁ ଗୁରୁତ୍ବ ଦେଇଥିଲେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସେମି କଣ୍ଡକ୍ଟର, ମହାକାଶ କ୍ଷେତ୍ରରେ ପରସ୍ପରର ସହଯୋଗକୁ ବୃଦ୍ଧି କରିବା ଲାଗି କଥାବାର୍ତ୍ତା ହୋଇଛି। ୱାଲଜ୍‌ଙ୍କୁ ଭାରତ-ଆମେରିକା ସମ୍ପର୍କର ଜଣେ ଦୃଢ ସମର୍ଥକ ବୋଲି  ମୋଦୀ ବିବେଚନା କରିଛନ୍ତି। ଏହା ପରେ ମୋଦୀ ଭାରତୀୟ-ଆମେରିକୀୟ କୋଟିପତି ଶିଳ୍ପଦ୍ୟୋଗୀ ବିବେକ ରାମାସ୍ବାମୀଙ୍କୁ ଭେଟିଥିଲେ। ମୋଦୀ ତାଙ୍କ ଆମେରିକା ଗସ୍ତ କାଳରେ ୱାଶିଂଟନ ଡିସିର ବ୍ଲେୟାର ହାଉସ୍‌ରେ ଅବସ୍ଥାନ କରୁଛନ୍ତି। ଏହି ସମୟରେ ମୋଦୀଙ୍କୁ ଭାରତୀୟ ବଂଶୋଦ୍ଭବ ନାଗରିକମାନେ ସ୍ବାଗତ କରିବା ସହିତ ଭାରତ ମାତା କି ଜୟ, ବନ୍ଦେ ମାତରମ୍‌ ନାରା ଦେଇଥିଲେ। ଏହା ସହିତ ବ୍ଲେୟାର ହାଉସ୍ ବାହାରେ ବାଂଲାଦେଶ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍‌ଙ୍କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମାନେ ‘ଷ୍ଟେପ୍ ଡାଉନ, ଷ୍ଟେପ୍ ଡାଉନ୍! କିଲର ୟୁନୁସ୍, କିଲର ୟୁନୁସ୍! ନାରା ଦେଇଥିଲେ। ଶେଷ ପର‌୍ୟ୍ୟାୟରେ ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭେଟ ହୋଇ ଆଲୋଚନା କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories