www.samajalive.in
Monday, December 15, 2025
15.1 C
Bhubaneswar

ଏଲନ୍‌ ମସ୍କଙ୍କ ସହ ମୋଦୀଙ୍କ ଆଲୋଚନା

ୱାଶିଂଟନ : ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନ​ରେନ୍ଦ୍ର ମୋଦୀ ଗୁରୁବାର ଟେସ୍‌ଲା ସିଇଓ ଏଲନ୍‌ ମସ୍କଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ବ୍ଲେୟାର ହାଉସ୍‌ରେ ହୋଇଥିବା ଉଭୟଙ୍କ ସାକ୍ଷାତ କାଳରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ବିଶେଷକରି ମହାକାଶ ଗବେଷଣା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ନିରନ୍ତର ବିକାଶ, ବୈଷୟିକ ଜ୍ଞାନକୌଶଳ ଆଦି ପ୍ରସଙ୍ଗରେ ଉଭୟ ଆଲୋଚନା କରିଛନ୍ତି। ଆଲୋଚନା କାଳରେ ଉଭୟ ଟୋକ୍ନୋଲୋଜି, ସୁଶାସନ ଓ ଉଦ୍ୟୋଗ ବିକାଶ କ୍ଷେତ୍ରରେ ପରସ୍ପରର ସହଯୋଗ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି। ମସ୍କଙ୍କ ସହିତ ତାଙ୍କର ଆଲୋଚନା ସକାରାତ୍ମକ ରହିଥିବା ମୋଦୀ ସୋସିଆଲ ମଡିଆ ଏକ୍ସରେ କହିଛନ୍ତି। ମସ୍କଙ୍କୁ ସାକ୍ଷାତ କରିବା ପରେ ମୋଦୀ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସ୍‌ଏ) ମାଇକେଲ ୱାଲଜ୍‌ଙ୍କ ସହିତ କଥାବାର୍ତ୍ତା କରିଥିଲେ। ଆଲୋଚନା କାଳରେ ଭାରତ-ଆମେରିକା ମଧ୍ୟରେ ପ୍ରତିରକ୍ଷା, ଟେକ୍ନୋଲୋଜି ଓ ସୁରକ୍ଷା କ୍ଷେତ୍ରରେ ସହଯୋଗକୁ ନିବିଡ କରିବାକୁ ଗୁରୁତ୍ବ ଦେଇଥିଲେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସେମି କଣ୍ଡକ୍ଟର, ମହାକାଶ କ୍ଷେତ୍ରରେ ପରସ୍ପରର ସହଯୋଗକୁ ବୃଦ୍ଧି କରିବା ଲାଗି କଥାବାର୍ତ୍ତା ହୋଇଛି। ୱାଲଜ୍‌ଙ୍କୁ ଭାରତ-ଆମେରିକା ସମ୍ପର୍କର ଜଣେ ଦୃଢ ସମର୍ଥକ ବୋଲି  ମୋଦୀ ବିବେଚନା କରିଛନ୍ତି। ଏହା ପରେ ମୋଦୀ ଭାରତୀୟ-ଆମେରିକୀୟ କୋଟିପତି ଶିଳ୍ପଦ୍ୟୋଗୀ ବିବେକ ରାମାସ୍ବାମୀଙ୍କୁ ଭେଟିଥିଲେ। ମୋଦୀ ତାଙ୍କ ଆମେରିକା ଗସ୍ତ କାଳରେ ୱାଶିଂଟନ ଡିସିର ବ୍ଲେୟାର ହାଉସ୍‌ରେ ଅବସ୍ଥାନ କରୁଛନ୍ତି। ଏହି ସମୟରେ ମୋଦୀଙ୍କୁ ଭାରତୀୟ ବଂଶୋଦ୍ଭବ ନାଗରିକମାନେ ସ୍ବାଗତ କରିବା ସହିତ ଭାରତ ମାତା କି ଜୟ, ବନ୍ଦେ ମାତରମ୍‌ ନାରା ଦେଇଥିଲେ। ଏହା ସହିତ ବ୍ଲେୟାର ହାଉସ୍ ବାହାରେ ବାଂଲାଦେଶ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍‌ଙ୍କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମାନେ ‘ଷ୍ଟେପ୍ ଡାଉନ, ଷ୍ଟେପ୍ ଡାଉନ୍! କିଲର ୟୁନୁସ୍, କିଲର ୟୁନୁସ୍! ନାରା ଦେଇଥିଲେ। ଶେଷ ପର‌୍ୟ୍ୟାୟରେ ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭେଟ ହୋଇ ଆଲୋଚନା କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories