ଶୁକ୍ରବାର ରାଶିଫଳ: ବାଣିଜ୍ୟରେ ଲାଭ ସହ ମିଳିବ ଖୁସି ଖବର, ଏହି ରାଶିର ଲୋକଙ୍କ ପାଇଁ ଶୁଭ

ମେଷ- ରାଜଯୋଗ ଅଛି। ନିଜର ବୃତ୍ତିଗତ ବିଦ୍ୟାରେ ପାରଦର୍ଶୀ ହୋଇପାରନ୍ତି। ସରକାରୀ, ବେସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦୀନାର୍ତ୍ତ ନାଶନ ହୋଇପାରନ୍ତି। ଛାତ୍ରଛାତ୍ରୀ ପୂଜ୍ୟପୂଜାରେ ବ୍ରତୀ ହେବେ।

ବୃଷ- ଦିବ୍ୟ ଦୃଷ୍ଟିସମ୍ପନ୍ନ ହେବେ। ମୁଖମଣ୍ଡଳ ଜ୍ୟୋତିଯୁକ୍ତ ଓ ସରସ ସୁନ୍ଦର ହେବ। ସୁଦୀର୍ଘମୁକ୍ତ କେଶଯୁକ୍ତ ହେବ। ରାଜ ଦରବାରରୁ ସମ୍ମାନ ସୂଚକ ପଦମର‌୍ୟ୍ୟାଦାର ଅଧିକାରୀ ହେବେ। ବିଦ୍ୟାର୍ଥୀ ଉତ୍ସବରତ ହେବେ।

ମିଥୁନ- ଗୁଣସାଗର ହୋଇପାରନ୍ତି। ବହୁବିଧ ଧନର ଅଧିକାରୀ ହେବେ। ସନ୍ତାନମାନଙ୍କ ସୁଖରେ ସୁଖୀ ହେବେ। ଶତ୍ରୁମାନଙ୍କୁ ଅକ୍ଳେଶରେ ପରାଜିତ କରିବେ। ଛାତ୍ରଛାତ୍ରୀ ବାକ୍‌ଦେବୀ ପୂଜାରେ ମଗ୍ନ ରହିବେ।

କର୍କଟ- ବିଦେଶରୁ ଧନ ଅର୍ଜନ ପାଇଁ ତତ୍ପର ହେବେ। ବାତ, କଫଜନିତ ପୀଡ଼ା ଅନୁଭବ କରିପାରନ୍ତି। ସତ୍ୟ, ଦୟା କାର‌୍ୟ୍ୟକ୍ରମରୁ ଓହରିଯାଇ ପାରନ୍ତି। ଛାତ୍ରଛାତ୍ରୀ ମହାମାୟୀଙ୍କ ପୂଜାରେ ଉତ୍‌ଫୁଲ୍ଲିତ ହୋଇପାରନ୍ତି।

ସିଂହ- ପତିପତ୍ନୀ ଦେବଦର୍ଶନ କରି ଜୀବନକୁ ମଧୁମୟ କରିବେ। ଯୁବକ/ଯୁବତୀଙ୍କ ବିବାହ ବିଳମ୍ବ ହୋଇପାରେ। ପତ୍ନୀ ଆଜ୍ଞାକାରିଣୀ ଓ ସେବାକାରିଣୀ ହେବେ। ବିଦ୍ୟାର୍ଥୀ ମା’ ସରସ୍ବତୀଙ୍କ ପୂଜା କରିବେ।

କନ୍ୟା- ମହାସତୀସମ୍ପନ୍ନ ହେବେ। ପାପ ବିହୀନ ଜୀବନ ବିତାଇବାରେ ଚେଷ୍ଟିତ ହେବେ। ଅସ୍ତ୍ରଶସ୍ତ୍ର ରୂପକ ବୀରତ୍ବର ସରଞ୍ଜାମ ଆପଣଙ୍କ ଜୀବନ ଧନ ହେବ। ବିଦ୍ୟାର୍ଥୀ ମହାମାୟୀଙ୍କ ଉପାସନା କରିବେ।

ତୁଳା- ପୁତ୍ର କଳତ୍ର ସୁଖରେ ସୁଖୀ ହେବେ। ସଦାସର୍ବଦା ସମୃଦ୍ଧ ରହିବେ। ଧର୍ମପ୍ରିୟ ହୋଇପାରନ୍ତି। ସ୍ବାଭିମାନୀ ଓ ଦେବୀଭକ୍ତ ହେବେ। ଉତ୍ତମ ଲେଖକ ହେବେ। ବିଦ୍ୟାର୍ଥୀମାନେ ବାକ୍‌ଦେବୀଙ୍କୁ ଆବାହନ କରିବେ।

ବିଛା- ସୌମ୍ୟ ରୂପ ସମ୍ପନ୍ନ ହୋଇପାରନ୍ତି। ଗୁପ୍ତ ବିଦ୍ୟା ପ୍ରିୟ ହେବେ। ମିଷ୍ଟଭାଷୀ ହୋଇପାରନ୍ତି। କୋମଳ ହୃଦୟଯୁକ୍ତ ଓ ସଙ୍ଗୀତଜ୍ଞ ହେବେ। ଧନବାନ୍‌ ହୋଇପାରନ୍ତି। ବିଦ୍ୟାର୍ଥୀ ଦେବୀ ପୂଜାରେ ମଗ୍ନ ରହିବେ।

ଧନୁ- ଦୃଢ଼ ନିଶ୍ଚୟୀ ହେବାର ସୂଚନା ମିଳୁଛି। ପ୍ରିୟ କଥା କହିବାରେ ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି। ପ୍ରତିପକ୍ଷ କାର‌୍ୟ୍ୟର ଅନୁକୂଳ ଶୁଭମୟ ହେବ। ବିଦ୍ୟାର୍ଥୀମାନେ ସର୍ବସୁଖ ଓ ମହାଆନନ୍ଦ ଲାଭ କରିବେ।

ମକର- ନିସଙ୍କୋଚରେ କଠିନ ଶ୍ରମକୁ ସ୍ବୀକାର କରିପାରନ୍ତି। ଧର୍ମ ବିଶ୍ବାସୀ, ପାପ ପୁଣ୍ୟର ବାଖ୍ୟାକାର ହେବେ। ପ୍ରବନ୍ଧକ ଓ ସନ୍ତାନ ପକ୍ଷରୁ ବହୁ ଲାଭ ପ୍ରାପ୍ତ ହେବେ। ଭାଗ୍ୟଶାଳୀ ହେବେ। ବିଦ୍ୟାର୍ଥୀ ପୁଣ୍ୟକର୍ମା ହେବେ।

କୁମ୍ଭ- ଶତ୍ରୁ ବିନାଶକ ଓ କଠିନ ଶ୍ରମ ସ୍ବୀକାର କରି ଧନ ଅର୍ଜନ କରିପାରନ୍ତି। ପରଧନ ପ୍ରତି ନିର୍ଲୋଭ ଭାବର ହେବେ। ସ୍ବାଭିମାନୀ ଓ କ୍ଷଣକୋପୀ ହୋଇପାରନ୍ତି। ବିଦ୍ୟାର୍ଥୀମାନେ ଶୁକ୍ଳାମ୍ବରୀ ପୂଜକ ହେବେ।

ମୀନ- ଉଦାସ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ପ୍ରଭାବଶାଳୀ ଓ ପୁରୁଷାର୍ଥୀ ହେବେ। ନୀଚ କର୍ମରେ ହାତ ଦେଲେ ଅଧିକ ବ୍ୟୟର ସମ୍ମୁଖୀନ ହେବେ। ଉଚ୍ଚ ଶ୍ରେଣୀର ବିଦ୍ୟାର୍ଥୀ ତଳ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ସ୍ନେହ କରିବେ।

Comments are closed.