କୁମାରସ୍ୱାମୀଙ୍କୁ ଫିଟ୍‍ନେସ୍‍ ଚ୍ୟାଲେଞ୍ଜ ଦେଲେ ମୋଦି

0

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‍ ଡି କୁମାରସ୍ୱାମୀଙ୍କୁ ଫିଟ୍‍ନେସ୍‍ ଚ୍ୟାଲେଞ୍ଜ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତିନି ସପ୍ତାହ ପୂର୍ବେ କ୍ରିକେଟ୍‍ ତାରକା ବିରାଟ କୋହଲିଙ୍କ ଏଭଳି ଏକ ଚ୍ୟାଲେଞ୍ଜକୁ ମୋଦି ଗ୍ରହଣ କରିଥିଲେ। ତାଙ୍କ ଫିଟ୍‍ନେସ୍‍ କାର୍ଯ୍ୟକ୍ରମର ଏକ ଭିଡିଓ ଚିତ୍ର ମଧ୍ୟ ମୋଦି ସୋସିଆଲ୍‍ ସାଇଟ୍‍ରେ ପୋଷ୍ଟ କରିଛନ୍ତି। ଫିଟ୍‍ନେସ୍‍ ପାଇଁ ମୋଦି ଯୋଗ ସହିତ ପ୍ରାଣାୟମ ଓ ବ୍ୟାୟାମ କରୁଥିବା କହିଛନ୍ତି। ପ୍ରକୃତରେ ମେ’ ୨୨ ତାରିଖ ଦିନ କେନ୍ଦ୍ର କୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଥୋର ଏଭଳି ଏକ କ୍ୟାମ୍ପେନ୍‍ିଂର ଆରମ୍ଭ କରିଥିଲେ। ପ୍ରଥମେ ସେ ଟ୍ୱିଟ୍‍ କରି କୋହଲି, ହ୍ରିତିକ୍‍ ରୋଶନ୍‍ ଓ ସାଇନା ନେହେୱାଲଙ୍କୁ ଫିଟ୍‍ନେସ୍‍ ଚ୍ୟାଲେଞ୍ଜ ଦେଇଥିଲେ। କୋହଲି ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ତାହାର ଏକ ଭିଡିଓ ସେୟାର କରିବା ସହିତ ପ୍ରଧାନମନ୍ତ୍ରୀ ଏବଂ ପତ୍ନୀ ଅନୁଷ୍କା ଶର୍ମା ଓ ମହେନ୍ଦ୍ର ସିଂହ ଧୋନିଙ୍କୁ ଆହ୍ୱାନ ଦେଇଥିଲେ।

kalyan agarbati
Leave A Reply