www.samajalive.in
Monday, December 15, 2025
14.1 C
Bhubaneswar

ବ୍ରହ୍ମପୁର ଅଗ୍ନିଶମ ବିଭାଗ ପକ୍ଷରୁ ହାଇଡ୍ରୋଲୋକି ପ୍ଲାଟଫର୍ମ ଯାନକୁ ନେଇ ମକ ଡ୍ରିଲ 

ଗୋପାଳପୁର :  ବ୍ରହ୍ମପୁର ଅଗ୍ନିଶମ ବିଭାଗ ପକ୍ଷରୁ ବୁଧବାର ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ  ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବ୍ରହ୍ମପୁର ଅଗ୍ନିଶମ ବିଭାଗ ପାଇଁ ୪.୫୦ କୋଟି ଟଙ୍କା ବ୍ୟୟରେ କିଣା ଯାଇଥିବା ହାଇଡ୍ରୋଲୋକି ପ୍ଲାଟଫର୍ମ ଯାନକୁ କିପରି ଚଳାଯିବ ଏହା ନେଇ ହରିଆଣାରୁ ଆସିଥିବା ପ୍ରଶିକ୍ଷକ ଅମରିକ ସିଂ ବ୍ରହ୍ମପୁରର ୬ ଜଣଙ୍କୁ ଟ୍ରେନିଂ ଦେଇଥିଲେ।

ଆଜି ପ୍ରଥମ ଦିନରେ ହାବିଲଦାର ରାଜେଶ ମଲିକ, ଫାୟର ମେନ ସଞ୍ଜୟ କୁମାର ଗୌଡ,ସୁଶାନ୍ତ କୁମାର ବେହେରାଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଥମ ଥର ନିମନ୍ତେ ଏହି ଗାଡି ବ୍ରହ୍ମପୁର ଅଗ୍ନିଶମ ବିଭାଗକୁ ମିଳିଥିବା ବେଳେ ଏଥିରେ  ୩ ଟି ଇଞ୍ଜିନ ଖଞ୍ଜା ଯାଇଛି ଏହା ସହ ଏଥିରେ ଲାଗିଥିବା ମେସିନ ଗୁଡିକ ରିମୋଟ ଦ୍ବାରା ପରିଚାଳିତ କରାଯିବ। ଏହି ମେସିନ ସାହାଯ୍ୟରେ ସହରରେ ଥିବା ୧୪ ମହଲା ବିଶିଷ୍ଟ କୋଠାରେ କୈାଣସି ପ୍ରକାର ନିଆଁ ଲାଗିଲେ,ଏହା ବ୍ୟବହାର କରାଯାଇ ଧନ ଜୀବନର ସୁରକ୍ଷା କରାଯାଇ ପାରିବ ବୋଲି ଏଏଫଓ ସନ୍ତୋଷ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ଏଥିରେ  ୪ ଟି ଗ୍ୟାସ ସିଲିଣ୍ଡର ସହ ଫୋମ ଓ ପାଣି ପାଇଁ ମୋଟର ସହ ପାଇପ ଖଞ୍ଜା ଯାଇଛି । ଗତ ୧୫ ଦିନ ତଳେ ଏହି ଗାଡି ବ୍ରହ୍ମପୁର ଅଗ୍ନିଶମ ବିଭାଗକୁ ମିଳିଥିବା ବେଳେ ଏହାକୁ ବ୍ରହ୍ମପୁର ସହର ମଧ୍ୟରେ ରହିଥିବା ଅଗ୍ନିଶମ ବିଭାଗକୁ ନେବାରେ ଅସୁବିଧା ପରିଲକ୍ଷିତ ହେଉଥିବା ଜଣାପଡିଛି । ଏହି ଗାଡିର ଚଳପ୍ରଚଳ ନିମନ୍ତେ ପ୍ରାୟ ୧୫ ଫୁଟର କ୍ଲିୟରାନ୍ସ ଦରକାର‌ ପଡୁଥିବା ବେଳେ ବ୍ରହ୍ମପୁର ସହର ମଧ୍ୟରେ ଯାଇଥିବା ବିଦ୍ୟୁତ, ଟେଲିଫୋନ ଓ କେବୁଲ ଗୁଡିକ କେବଳ‌ ୫ ଫୁଟ ଉଚ୍ଚତାରେ ରହିଛି। ଯାହା ଫଳରେ ଏହାର ଚଳପ୍ରଚଳରେ ଅସୁବିଧା ହେବା ଆଶଙ୍କା ଦେଖା ଦେଇଛି । ଆସନ୍ତା କାଲି ବିଭାଗ ପକ୍ଷରୁ ବ୍ରହ୍ମପୁର ବଡ ମେଡିକାଲରେ ନିର୍ମିତ ହୋଇଥିବା ନୂତନ କୋଠାକୁ ନିଆଯାଇ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବା ନିମନ୍ତେ ବିଭାଗ ପକ୍ଷରୁ ସ୍ଥିର କରାଯାଇଥିବା ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।

- Advertisement -

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories