ବୌଦ୍ଧ : ବୌଦ୍ଧ ଜିଲାରେ ବାଲ୍ୟ ବିବାହ ବହୁଳ ମାତ୍ରରେ ଚାଲିଥିବାବେଳେ ପ୍ରଶାସନ ପକ୍ଷରୁ ବାଲ୍ୟ ବିବାହକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ଏହି କୁପ୍ରଥା ବନ୍ଦ ହେବାର ନାମ ଧରୁନାହିଁ । ବୁଧବାର ଦିନ ଏକ ବାଲ୍ୟ ବିବାହକୁ ଚାଇଲ୍ଡ ଲାଇନ ପକ୍ଷରୁ ରୋକାଯାଇଥିବା ଜଣାପଡିଛି । ଜିଲାର ହରଭଙ୍ଗା ବ୍ଲକର କୁଶଙ୍ଗ ପଞ୍ଚାୟତର ଉପାନ୍ତ ଗ୍ରାମ ଭାବରେ ପରିଗଣିତ କୁମାରୀ ଗ୍ରାମରେ ହେବାକୁ ଥିବା ଏକ ବାଲ୍ୟ ବିବହାକୁ ଚାଇଲ୍ଡ ଲାଇନ ପକ୍ଷରୁ ରୋକାଯାଇଛି। ଗ୍ରାମର ଜଣେ ୧୬ ବର୍ଷିୟା ନାବାଳିକାର ଆସନ୍ତା ୧୧ ତାରିଖରେ ବିବାହ ହେବାକୁ ଯାଉଥିବାବେଳେ କୌଣସି ସୁତ୍ରରୁ ଚାଇଲ୍ଡ ଲାଇନ ଖବର ପାଇ ବୁଧବାର ଉକ୍ତ ଗ୍ରାମରେ ପହଞ୍ଚିଥିଲେ। କନ୍ୟାର ପରିବାର ଲୋକଙ୍କୁ ବୁଝାଶୁଝା କରି ବାଲ୍ୟ ବିବାହକୁ ରୋକିବା ପାଇଁ ପରାମର୍ଶ ଦେଇଥିଲେ। ନାବାଳିକାକୁ ଶିଶୁ ମଙ୍ଗଳ ସମିତି ଠାରେ ହାଜର କରାଯିବ ବୋଲି ଜଣାପଡିଛି । ଚାଇଲ୍ଡ ଲାଇନର ଜିଲା ସଂଯୋଜିକା ବବିନା ନାୟକ, ହରଭଙ୍ଗା ସିଡିପିଓ ନିରୁପମା ପାଣି, ହରଭଙ୍ଗା ସୁପରଭାଇଜର ଦିପ୍ତୀ ପାତ୍ର ଓ ହରଭଙ୍ଗା ପୁଲିସ ସେଠାରେ ପହଞ୍ଚି ବାଲ୍ୟ ବିବାହକୁ ରୋକିଥିଲେ।
Popular Categories



