ଖୁଣ୍ଟୁଣୀ ପୁଲିସ ପକ୍ଷରୁ ଅବାଧ ନିର୍ବାଚନ ପାଇଁ ଗାଁରେ ପଇଁତରା

ଗୁରୁଡିଝାଟିଆ : ଖୁଣ୍ଟୁଣୀ ପୁଲିସ ପକ୍ଷରୁ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ବିଭିନ୍ନ ଗାଁମାନଙ୍କରେ ବୁଧବାର ପଇଁତରା ମରାଯାଇଛି । ଖୁଣ୍ଟୁଣୀ ଥାନାର ରାଧାକିଶୋରପୁର, ଡାଳଭାଗ, କଣ୍ଡରେଇ, ଭୋଗରା, ଘଣ୍ଟିଖାଲ, ଅନନ୍ତପୁର ଆଦି ପଞ୍ଚାୟତମାନଙ୍କରେ ଥାନା ଅଧିକାରୀ ଭବାନୀ ପ୍ରସାଦ ଖୁଣ୍ଟିଆଙ୍କ ନେତୃତ୍ୱରେ ସଶସ୍ତ୍ର ପୁଲିସ ପଇଁତରା ମାରିଥିଲେ । ଚୌଦ୍ୱାର ଏସଡିପିଓ ସତ୍ୟବ୍ରତ ଲେଙ୍କା ଏହି ଫ୍ଲାଗ ମାର୍ଚ୍ଚରେ ଯୋଗଦେଇ ଅବାଧ ଓ ନିରପେକ୍ଷ, ଭୟଶୂନ୍ୟ ବାତାବରଣ ସୃଷ୍ଟି କରି ଶାନ୍ତିଶୃଙ୍ଖଳା ସହିତ ନିର୍ବାଚନ କରିବା ପାଇଁ ଫୋର୍ସଙ୍କୁ ଉତ୍ସାହିତ କରିଥିଲେ।

Comments are closed.