ନବରଙ୍ଗପୁର : ନବରଙ୍ଗପୁର ଜିଲା ଝରିଗାଁ ବଡପାଲିଆ ଗ୍ରାମରେ ମୋବାଇଲ ବ୍ୟାଟେରୀ ଫାଟି ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ, ଯୁବକ ଜଣକ ମୋବାଇଲକୁ ସିଧାସଳଖ ଭାବେ ସୋଲାର ତାର ସହ ସଂଯୋଗ କରି ଚାର୍ଜ କରିଥିଲେ। ଚାର୍ଜ ବସାଇବାର କିଛି ସମୟରେ ମୋବାଇଲଟି ହଠାତ ଫାଟି ଯାଇଥିଲା। ବିସ୍ଫୋରଣରେ ତାଙ୍କର ମୁହଁ ଓ ପେଟରେ ଆଘାତ ଲାଗିଥିଲା।



