‘ମୋ ସରକାର’ କାର୍ଯ୍ୟକ୍ରମ ଦ୍ବିତୀୟ ଦିନ; ଅଭିଯୋଗକାରୀଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ରାଜ୍ୟରେ ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଏନେଇ ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ‘ମୋ ସରକାର’ କାର୍ଯ୍ୟକାରିତାକୁ ନେଇ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ୬୩୫ ଥାନା ଆଇଆଇସିଙ୍କୁ ମୁଖ୍ୟମନ୍ତ୍ରୀ ଅବଗତ କରାଇଛନ୍ତି । ୫‘ଟି’ ରେ ଉତ୍ତମ ପ୍ରଦର୍ଶନ କରିଥିବା ପୁଲିସ ଅଧିକାରୀଙ୍କୁ ପଦନ୍ନୋତି ଦିଆଯିବ ବେଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

prayash

ମିଳିଥିବା ସୂଚନା ଅନୁଯାୟୀ, ପ୍ରତ୍ୟେକ ଦିନ ୧୦ ଅଭିଯୋଗକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ସିଧାସଳଖ କଥା ହେବେ । ଥାନା ଅଧିକାରୀଙ୍କ ବ୍ୟବହାର ଓ ସେବା ବିଷୟରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିବେ । ଉତ୍ତମ ଆଚରଣ ଓ ସେବା ପ୍ରଦାନ କରିଥିବା ପୁଲିସ ଅଧିକାରୀଙ୍କୁ ପ୍ରଶାଂସା ଓ ପୁରସ୍କୃତ କରାଯିବ । ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ଥାନା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅଭିଯୋଗକାରୀ କେବଳ ଥାନାକୁ ଆସିବେ ଆଉ କେଉଁଠାକୁ ଯିବେ ନାହିଁ । ଏହି ଯୋଜନାରେ ମହିଳାଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

kalyan agarbati
Leave A Reply