www.samajalive.in
Sunday, December 7, 2025
16.1 C
Bhubaneswar

‘ମୋ ସରକାର’ ସଜାଗ; ଏଣିକି ଅତର୍କିତ ଚଢ଼ଉ

ଭୁବନେଶ୍ବର: ‘ମୋ ସରକାର’ କାର୍ଯ୍ୟକ୍ରମକୁ ଅଧିକ ଶକ୍ତିଶାଳୀ କରିବାକୁ ନକ୍ସା ପ୍ରସ୍ତୁତ କରାଯାଇଛି। ମୋ ସରକାର ପରିସରକୁ କ୍ରମେ ଅଧିକ ବିଭାଗ ସାମିଲ କରାଯିବା ପ୍ରକ୍ରିୟା ଜାରି ରହିଛି। ଏଣିକି ସବୁ ବିଭାଗକୁ ମୋ ସରକାର ଟିମ ଅଚାନକ ଗସ୍ତରେ ଯିବେ। ଘଟଣାସ୍ଥଳକୁ ଯାଇ ପ୍ରତ୍ୟକ୍ଷ ସ୍ଥିତି ପରଖିବେ। ସାଧାରଣ ଜନତାଙ୍କ ସହିତ ସିଧାସଳଖ କଥା ହେବେ। ସେମାନଙ୍କ ମତାମତ ଓ ବାସ୍ତବ ସ୍ଥିତିକୁ ନେଇ ଟିମ ଦ୍ବାରା ପ୍ରସ୍ତୁତ ରିପୋର୍ଟ ଆଧାରରେ ରାଜ୍ୟ ସରକାର ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ। କାର୍ଯ୍ୟକ୍ଷେତ୍ରରେ ସମସ୍ତ କର୍ମଚାରୀ ଯେପରି ସକ୍ରିୟ ରହିବେ ଏବଂ ଜନସାଧାରଣ ସେମାନଙ୍କ ପାଇଁ ଉପଲବ୍ଧ ସେବା ଦ୍ବାରା ଉପକୃତ ହେବେ ସେଥିପାଇଁ ମୋ ସରକାର ଯୋଜନାରେ ନୂଆ ଢ଼ାଞ୍ଚାକୁ ଆପଣାଯାଇଛି।

ଏଭଳି ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚାରିଜଣିଆ ମୋ ସରକାର ଟିମକୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ମୋ ସରକାର କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ କିଭଳି ସ୍ବାସ୍ଥ୍ୟସେବା ମିଳୁଛି ସେ ବିଷୟରେ ମତାମତ ଜାଣିବା ଉଦ୍ଦେଶ୍ୟରେ ଏହି ଟିମ ଅଚାନକ ଗସ୍ତ କରିଥିଲେ। ଡାକ୍ତର କିପରି ରୋଗୀ ଦେଖୁଛନ୍ତି, ନିରାମୟ ଔଷଧ ଠିକଣା ଭାବେ ମିଳୁଛି କି ନା ସେ ସମ୍ପର୍କରେ ଜାଣିବା ପାଇଁ ଟିମର ଦୁଇ ଜଣ ସଦସ୍ୟ ରୋଗୀଙ୍କ ଭଳି ଓପିଡ଼ି ଏବଂ ନିରାମୟ କାଉଣ୍ଟର ଆଗରେ ଧାଡ଼ିରେ ଠିଆ ହୋଇଥିଲେ। ସେମାନେ ନିରାମୟରେ ମିଳୁଥିବା ଔଷଧ ତଥା ରୋଗୀ ଓ ଡାକ୍ତରଙ୍କ ଭିତରେ କଥାବାର୍ତ୍ତା ବିଷୟ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିଥିଲେ।

- Advertisement -

ନୟାଗଡ଼ ଜିଲା ହସ୍ପିଟାଲରେ କିଭଳି ଭିତ୍ତିଭୂମି ସୁବିଧା ଉପଲବ୍ଧ, ସେଠାରେ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କିପରି ଚାଲିଛି, ଔଷଧ ଓ ଅନ୍ୟାନ୍ୟ ସେବା ମିଳୁଛି କି ନା ସେ ସମ୍ପର୍କରେ ଉକ୍ତ ଟିମର ସଦସ୍ୟମାନେ ବିଭିନ୍ନ ୱାର୍ଡ଼ ଓ କାଉଣ୍ଟର ବୁଲି ୬୦ରୁ ଅଧିକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମତାମତ ନେଇଥିଲେ।

ମୋ ସରକାର କାର୍ଯ୍ୟକ୍ରମରେ ଡାକ୍ତରଖାନାରେ ଯୋଗାଇଦିଆଯାଉଥିବା ସ୍ବାସ୍ଥ୍ୟସେବାକୁ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ସନ୍ତୁଷ୍ଟ ଥିଲେ। ରୋଗୀଙ୍କ ଭିତରେ ସଚେତନତା ସୃଷ୍ଟି ଦିଗରେ ହସପିଟାଲ କର୍ତ୍ତୃପକ୍ଷଙ୍କ ଉଦ୍ୟମ ଆଶାଜନକ ଥିବା ସେମାନେ ଜାଣିବାକୁ ପାଇଥିଲେ।

ମୁଖ୍ୟମନ୍ତ୍ରୀ, ତାଙ୍କର କ୍ୟାବିନେଟ ସହଯୋଗୀ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ଦ୍ବାରା ସିଧାସଳଖ ମତାମତ ସଂଗ୍ରହ ବ୍ୟବସ୍ଥା ସମ୍ପର୍କରେ ରୋଗୀମାନେ ଅବଗତ ଥିଲେ। ନିରାମୟ ଯୋଜନା ଅଧୀନରେ ଔଷଧର ଉପଲବ୍ଧତା ଏବଂ ମାଗଣା ରୋଗୀସେବା, ଭିତ୍ତିଭୂମି ସୁବିଧା ଏବଂ ଡାକ୍ତରଖାନାର ପରିଚ୍ଛନ୍ନତା କ୍ଷେତ୍ରରେ ଉନ୍ନତି ଆସିଥିବା ଉକ୍ତ ଟିମ୍ ଅନୁଧ୍ୟାନରୁ ଜାଣିବାକୁ ପାଇଥିଲେ।

ଡାକ୍ତରଖାନାରେ ଡାଏଲିସିସ, ଗୁରୁତର ଶିଶୁମାନଙ୍କୁ ‌ଯୋଗାଇଦିଆଯାଉଥିବା ସେବା(ଇଣ୍ଟେନସିଭ କେୟାର) ଏବଂ ପୁଷ୍ଟିଜନିତ ଯତ୍ନ ଭଳି ସ୍ବତନ୍ତ୍ର ସେବାରେ ଉନ୍ନତି ଘଟିବା ସହିତ ରୋଗୀମାନେ ଏଥିରେ ସନ୍ତୁଷ୍ଟ ଥିବା ଜଣାପଡ଼ିଥିଲା। ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କଠାରୁ ମିଳିଥିବା ମତାମତ ଅନୁକୂଳ ଥିଲା। ମୋ ସରକାର ଟିମର ଏହି ଅଚାନକ ଗସ୍ତ ରିପୋର୍ଟ ତଥା ଲୋକଙ୍କ ମତାମତ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories