www.samajalive.in
Sunday, December 14, 2025
26.1 C
Bhubaneswar

ପିପିଲିକୁ ଗଡିବ ମୋ ବସ୍‌

ଭୁବନେଶ୍ବର : ମାଷ୍ଟରକ୍ୟାଣ୍ଟିନରୁ ପିପିଲିକୁ ଗଡିବ ମୋ ବସ୍‌। ଜୁନ ୨୩ ମଙ୍ଗଳବାର ଠାରୁ କ୍ରୁଟ ପକ୍ଷରୁ ବସ ଚଳାଚଳ ଆରମ୍ଭ ହେବ। ପିପିଲିକୁ ବସ ଚଳାଚଳ କରିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା। ଏହି ଦାବିକୁ ଦୃ‌ଷ୍ଟିରେ ରଖି କ୍ରୁଟ ପକ୍ଷରୁ ୨୩ ନମ୍ବର ରୁଟ( ଅର୍ଥାତ ଭୁବନେଶ୍ବରରୁ ପିପିଲି) ମୋ ବସ ସେବା ଆରମ୍ଭ କରାଯିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ରୁଟରେ ୪ଟି ବସ ଚଳାଚଳ କରିବ। ପ୍ରଥମ ବସ ମାଷ୍ଟରକ୍ୟାଣ୍ଟିନରୁ ସକାଳ ୭ଟାରେ ଯାତ୍ରା କରିବ। ଶେଷ ବସ୍‌ଟି ସନ୍ଧ୍ୟା ୫ଟା୫୦ ମିନିଟରେ ମାଷ୍ଟରକ୍ୟାଣ୍ଟିନରୁ ପିପିଲି ଅଭିମୁଖେ ଯିବ। ଠିକ ‌ସେହିପରି ପିପିଲିରୁ ପ୍ରଥମ ବସ ସକାଳ ୭ଟା୪୫ ମିନିଟରେ ବାହାରି ମା‌ଷ୍ଟରକ୍ୟାଣ୍ଟିନ ଅଭିମୁଖେ ଆସିବ। ସନ୍ଧ୍ୟା ୭ଟାରେ ମୋବସ ପିପିଲିରୁ ବାହାରି ମାଷ୍ଟର କ୍ୟାଣ୍ଟିନକୁ ଆସିବ। ଏନେଇ କ୍ରୁଟର ମହା ପ୍ରବନ୍ଧକ ଦୀପ୍ତିମୟୀ ମହାପାତ୍ର କହିଛନ୍ତି। ପ୍ରଥମ ଦିନ ଗୋଟିଏ ବସ ଚଳାଚଳ କରିବ। ପରବର୍ତ୍ତୀ ସମୟରେ ଅନ୍ୟ ବସ ଗୁଡିକ ସେବା ଆରମ୍ଭ କରିବ। ଏହି ରୁଟରେ ବସର ସର୍ବାଧିକ ଟିକଟ୍‌ ମୂଲ୍ୟ ୩୦ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି। ଯାତ୍ରୀମାନେ ବସ‌େ‌ର ଯାତ୍ରା କରିବା ସମୟରେ ଖୁଚୁରା ଟଙ୍କା ଦେବା ସହ ମାସ୍କ ପିନ୍ଧିବେ ଏବଂ ଠିଆ ହୋଇ ଯାତ୍ରା ନକରିବାକୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି। ଏଥି ସହିତ ଯାତ୍ରୀମାନେ କ୍ୟୁଆର କୋଡ଼ ମାଧ୍ୟରେ ବସ୍‌ ଭଡା ଦେଇ ପାରିବେ। ଯାହା ଦ୍ବାରା କରୋନା ସଂକ୍ରମଣ କୁ ରୋକାଯାଇପାରିବ ‌ବୋଲି ସେ ପ୍ରକାଶ କରିଛନ୍ତି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories