www.samajalive.in
Sunday, December 14, 2025
14.1 C
Bhubaneswar

ରଥଯାତ୍ରା ପାଇଁ ଶେଷ ଆଶା, ଆଜି ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ : ପୁରୀରେ ରଥଯାତ୍ରା ଆୟୋଜନ ନେଇ ଅନିଶ୍ଚିତତା ଜାରି ରହିଛି। ସୋମବାର ପୂର୍ବାହ୍ଣ ୧୧ଟାରେ ସୁପ୍ରିମକୋର୍ଟଙ୍କ ଜଣିକିଆ ଖଣ୍ଡପୀଠର ମାମଲାର ଶୁଣାଣି ଲିଷ୍ଟିଂ ପରେ ମଧ୍ୟ ଚିତ୍ର ଅସ୍ପଷ୍ଟ ରହିଛି। ରବିବାର ଅପରାହ୍ନରେ ଜାରି ସପ୍ଲିମେଣ୍ଟାରୀ ଲିଷ୍ଟ ଅନୁଯାୟୀ ଭର୍ଚୁଆଲ କୋର୍ଟ ସଂଖ୍ୟା ୩ରେ ବିଚାରପତି ଏସ୍‌ ରବିନ୍ଦ୍ର ଭଟ୍ଟ ରଥଯାତ୍ରା ମାମଲା ଶୁଣାଣି କରିବେ। ଓଡ଼ିଶା ବିକାଶ ପରିଷଦ ବନାମ କେନ୍ଦ୍ର ସରକାର ମାମଲାରେ ପକ୍ଷଭୁକ୍ତ ହେବାକୁ ଏବଂ ରଥଯାତ୍ରା ବନ୍ଦ ନିର୍ଦେଶନାମା ସଂଶୋଧନ ପାଇଁ ଆଗତ ୧୬ଟି ମାମଲାର ବିଚାର ହେବ। ସେହିପରି ରଥଯାତ୍ରା ଆୟୋଜନ ସପକ୍ଷରେ ରବିବାର ପୂର୍ବାହ୍ନରେ ଗତ ସାଧାରଣ ନିର୍ବାଚନରେ ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ମୋଡିଫିକେସନ ଅର୍ଡର ଆପ୍ଲିକେସନ ଦାଖଲ କରିଥିବା ଜଣାପଡ଼ିଛି। ସେହିପରି ପୁରୀର ଚାରଣ ଗୋଷ୍ଠୀ ପକ୍ଷରୁ ମଧ୍ୟ ଅନ୍ୟ ଏକ ପୁନର୍ବିଚାର ଆବେଦନ ଦାଖଲ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଜଣିକିଆ ଖଣ୍ଡପୀଠରେ ଆସନ୍ତାକାଲି ଶୁଣାଣି ପାଇଁ ଏସବୁ ମାମଲା ତାଲିକାଭୁକ୍ତ ହେବା ପରେ ରଥଯାତ୍ରା ପ୍ରସଙ୍ଗରେ କଳ୍ପନାଜଳ୍ପନା ବଢ଼ିଯାଇଛି।

ରଥଯାତ୍ରାକୁ ନେଇ ଆବେଦନକାରୀ ଖୁବ୍‍ ଆଶାବାଦୀ ଥିବାବେଳେ ଏ ଦିଗରେ ଆଇନ ଓ ସମୟ କିନ୍ତୁ ପ୍ରତିବନ୍ଧକ ସାଜିଛି। ପ୍ରଥମତଃ ରଥଯାତ୍ରା ବନ୍ଦ ପାଇଁ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ନିର୍ଦେଶ ଜାରି କରିଥିଲା। ତିନି ଜଣିଆ ଖଣ୍ଡପୀଠଙ୍କ ରାୟକୁ ଜଣିକିଆ ଖଣ୍ଡପୀଠ ବଦଳାଇ ପାରିବେ ନାହିଁ। ସୁପ୍ରିମକୋର୍ଟ ଚ୍ୟାମ୍ବର ଜଜ୍‌ଙ୍କ କାର୍ଯ୍ୟ ପରିସୀମା ନେଇ ସ୍ପଷ୍ଟ ନିୟମାବଳୀ ରହିଛି। ଦ୍ୱିତୀୟତଃ ତିନି ଜଣିଆ ଖଣ୍ଡପୀଠ ରଥଯାତ୍ରା ଆୟୋଜନ ପ୍ରସଙ୍ଗରେ ଶୁଣାଣି ବେଳେ ପକ୍ଷଭୁକ୍ତ ଆବେଦନଗୁଡ଼ିକୁ ଗୁରୁତ୍ୱ ଦେଇ ନ ଥିଲେ। ଯଦି ରଥଯାତ୍ରା ସଂପର୍କିତ ମୋଡିଫିକେସନ ଅର୍ଡର ଆପ୍ଲିକେସନଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ନିଷ୍ପତ୍ତି ନିଅନ୍ତି, ସେଭଳି ସ୍ଥିତିରେ ତିନି ଜଣିଆ ଖଣ୍ଡପୀଠ ଗଠନ ପାଇଁ ପ୍ରଧାନ ବିଚାରପତିଙ୍କୁ ସୁପାରିସ କରିବାକୁ ପଡ଼ିବ। ନୂତନ ଖଣ୍ଡପୀଠରେ ପ୍ରଧାନ ବିଚାରପତି ବୋବଡେ ରହିପାରନ୍ତି ଅଥବା ତାଙ୍କ ଅନୁପସ୍ଥିତିରେ ସହମତି କ୍ରମେ ଅନ୍ୟ ତିନି ବିଚାରପତିଙ୍କ ଖଣ୍ଡପୀଠ ରଥଯାତ୍ରା ମାମଲାର ବିଚାର କରିପାରିବେ। ଏହି ପ୍ରକ୍ରିୟା ସମୟସାପେକ୍ଷ ହୋଇଥିବାରୁ ରଥଯାତ୍ରା ଆୟୋଜନର ଭବିଷ୍ୟତ ନେଇ ଆଶଙ୍କା କରାଯାଉଛି।
ରଥଯାତ୍ରା ସପକ୍ଷବାଦୀଙ୍କ ଅନୁଯାୟୀ, କମ୍‍ ସମୟ ଓ ପ୍ରସଙ୍ଗର ସମ୍ବେଦନଶୀଳତାକୁ ଆଖି ଆଗରେ ରଖି ସୋମବାର ଅପରାହ୍ନରେ ସ୍ୱତନ୍ତ୍ର ବେଞ୍ଚ ଗଠନ କରି ମାମଲାର ବିଚାର କରିବାକୁ ଜଣିକିଆ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଯଦି କୌଣସି ପରିସ୍ଥିତିରେ ସୋମବାର ତିନି ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇ ନ ପାରିଲା, ସେଭଳି ସ୍ଥିତିରେ ମଙ୍ଗଳବାର ଅର୍ଥାତ୍‌ ରଥଯାତ୍ରା ଦିନ ପୂର୍ବାହ୍ନରେ ଶୁଣାଣି ପାଇଁ ନିବେଦନ କରାଯିବ। ରଥଯାତ୍ରା ବନ୍ଦ ନେଇ ପୂର୍ବ ନିର୍ଦେଶନାମାକୁ ସୁପ୍ରିମକୋର୍ଟ ସଂଶୋଧନ କଲେ ମଙ୍ଗଳବାର ଅପରାହ୍ନରେ ରଥଟଣା କାର୍ଯ୍ୟ ସୁରୁଖୁରୁରେ ସମାପନ ହୋଇପାରିବ ବୋଲି ଆବେଦନକାରୀ ପ୍ରଦୀପ କୁମାର ବିଶ୍ୱାଳଙ୍କ ଓକିଲ ତେଜସ୍ୱୀ କୁମାର ପ୍ରଧାନ ଦର୍ଶାଇଛନ୍ତି। ଅପରପକ୍ଷେ ଜଣିକିଆ ବେଞ୍ଚ ଆବେଦନଗୁଡ଼ିକୁ ଖାରଜ କରିଦେଲେ ରଥଯାତ୍ରା ଆୟୋଜନ ସମ୍ଭାବନାରେ ପୂର୍ଣ୍ଣଛେଦ ପଡ଼ିଯିବ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories