www.samajalive.in
Monday, December 15, 2025
15.1 C
Bhubaneswar

ରଥଯାତ୍ରାର ବିକଳ୍ପ ନାହିଁ,ନିଷ୍ପତ୍ତିର ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ସେବକ

ପୁରୀ : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରାର ବିକଳ୍ପ ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ରଥଯାତ୍ରା ବନ୍ଦ ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ। ଆବଶ୍ୟକ ହେଲେ ଏଥିପାଇଁ ଅଧ୍ୟାଦେଶ ଜାରି କରାଯିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ସଭ୍ୟ ଦାବି କରିଛନ୍ତି।
ରଥଯାତ୍ରା ପାଇଁ ରାଜ୍ୟ ସରକାର ଯେଉଁ ସର୍ତ୍ତ ଏବଂ କଟକଣା ଜାରି କରିବେ ସେବକମାନେ ତାହାକୁ ପାଳନ କରିବେ ବୋଲି ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର ପ୍ରକାଶ କରିଛନ୍ତି। ବୁଧବାର ୫ଜଣ ପରିଚାଳନା କମିଟି ସଭ୍ୟ ଭିତର ସେବକ ନିଯୋଗରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ତଳୁଚ୍ଛ ନୀଳକଣ୍ଠ ମହାପାତ୍ର କହିଲେ ରଥଯାତ୍ରା ବନ୍ଦପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ସେବକ ଓ ଭକ୍ତଙ୍କ ମନରେ ଗଭୀର ଆଘାତ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଜଣେ ପରମଭକ୍ତ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶର ଯେପରି ବିକଳ୍ପ ନାହିଁ ସେହିପରି ରଥଯାତ୍ରାର ବିକଳ୍ପ ନଥିବା ସେ କହିଛନ୍ତି। କୋଟି କୋଟି ଭକ୍ତଙ୍କ ଭାବାବେଗକୁ ରାଜ୍ୟ ସରକାର ବୁଝିବା ଉଚିତ ବୋଲି ସେ ମତ ଦେଇଛନ୍ତି।

ରଥ ନିର୍ମାଣ ପରେ ଠାକୁର ଯଦି ସେଥିରେ ନବସିବେ ତାହାଲେ ଧାର୍ମିକ ସମସ୍ୟା ସୃଷ୍ଟିହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଶ୍ରୀ ଦାସମହାପାତ୍ର କହିଲେ କିଏ ରଥଟାଣିବ ସେ ସମ୍ପର୍କରେ ସରକାର ନିଷ୍ପତ୍ତି ନେବେ। ୩୦୦ବର୍ଷ ଭିତରେ ପୁରୀ ରଥଯାତ୍ରା କେବେବି ବନ୍ଦ ହୋଇନାହିଁ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶର ପୁନର୍ବିଚାର ପାଇଁ ରାଜ୍ୟ ସରକାର ରିଭ୍ୟୁ ପିଟିସନ ଦାଖଲ କରିବାକୁ ୫ଜଣ ପରିଚାଳନା କମିଟି ସଭ୍ୟ ଅନୁରୋଧ କରିଛନ୍ତି। ସୋମବାର ଶ୍ରୀଜୀଉଙ୍କ ଶ୍ରୀଅଙ୍ଗଲାଗି ଆଜ୍ଞାମାଳ ରଥଖଳାକୁ ବିଜେ କରିବାର ବିଧି ରହିଛି। ଏହାପରେ ତିନିରଥ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖକୁ ନିଆଯିବ। ରାଜ୍ୟ ସରକାର ଚାହିଁଲେ ଚଳିତବର୍ଷ ପରମ୍ପରା ଅନୁଯାୟୀ ରଥଯାତ୍ରା କରାଯାଇ ପାରିବ ବୋଲି ପରିଚାଳନା କମିଟିର ସେବକ ପ୍ରତିନିଧିମାନେ ମତ ଦେଇଛନ୍ତି। ସୋମବାର ରଥଖଳାକୁ ସେବକ ଆଜ୍ଞାମାଳ ବିଜେ କରିବେ ବୋଲି ଶ୍ରୀ ଦାସମହାପାତ୍ର ସୂଚନା ଦେଇଛନ୍ତି। ବିନାଭକ୍ତରେ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିର ସୁପାରିସ କାର୍ଯ୍ୟକାରୀ ପାଇଁ ଅନ୍ୟତମ ସଭ୍ୟ ମାଧବ ଚନ୍ଦ୍ର ମହାପାତ୍ର, ମାଧବ ଚନ୍ଦ୍ର ପୂଜାପଣ୍ଡା ଏବଂ ଅନନ୍ତ ତିଆଡି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି। କୋଭିଡ କଟକଣା ସତ୍ତ୍ବେ ଯେପରି ଶାନ୍ତିପୂର୍ଣ୍ଣ ଭାବେ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଳନ କରାଗଲା ବିନାଭକ୍ତରେ ରଥଯାତ୍ରା ସେପରି ପାଳନ କରାଯାଇ ପାରିବ ବୋଲି ସେମାନେ ପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories