ଡେସ୍କ : ମାଲକାନଗିରି ଜିଲ୍ଲାର୨୧ଟି ସଡକ ପ୍ରକଳ୍ପ ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ୧୫୮କୋଟି ଟଙ୍କା ଅନୁମୋଦନ କରିଛନ୍ତି । ୧୭୨.୫୩ କିଲୋମିଟର ଦୀର୍ଘ ଏହି ସଡ଼କ ପ୍ରକଳ୍ପ ପାଇଁ ଏହି ଅର୍ଥ ବ୍ୟୟ ବରାଦ କରାଯାଇଛି । ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଥିବା ଚିତ୍ରକୋଣ୍ଡା, କାଲିମେଳା, କୋରୁକୋଣ୍ଡା ଏବଂ ପଡ଼ିଆ ବ୍ଲକ୍ରେ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି । ୫-ଟି ସଚିବ ଭି. କେ ପାଣ୍ଡିଆନଙ୍କ ମାଲକାନଗିରି ଗସ୍ତ ସସୟରେ ଲୋକଙ୍କଠାରୁ ମିଳିଥିବା ଅଭିଯୋଗ ଓ ମତାମତକୁ ଆଧାର କରି ଏହି ସଡ଼କ ପ୍ରକଳ୍ପ ଗୁଡିକ ପାଇଁ ପ୍ରସ୍ତାବ ଦିଆଯାଇଥିଲା।
ଏହି ରାସ୍ତା ନିର୍ମାଣର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଚିତ୍ରକୋଣ୍ଡାର ମୁଦୁଲିଗୁଡ଼ାଠାରୁ ଅମାଲିବେଡ଼ା ପର୍ଯ୍ୟନ୍ତ ୩୦ କୋଟି ଟଙ୍କା ବ୍ୟୟରେ ୩୨ କିଲୋମିଟର ସଡ଼କ ନିର୍ମାଣ ହେବ। ସେହିଭଳି ପୋଲ୍ଲୁର୍ଠାରୁ କୁର୍ଷନ୍ପାଲ୍ଲୀ ପର୍ଯ୍ୟନ୍ତ ୯ କୋଟି ଟଙ୍କା ବ୍ୟୟରେ ୧୧ କିଲୋମିଟରରୁ ଅଧିକ ସଡ଼କ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କରାଯିବ। ଏହି ସଡ଼କ ପ୍ରକଳ୍ପ ନିର୍ମାଣ ହେଲେ ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଉପକୃତ ହେବେ।
ମାଲକାନଗିରିରେ ୨୧ଟି ସଡକ ପ୍ରକଳ୍ପ ପାଇଁ ୧୫୮କୋଟି ଟଙ୍କା ମଞ୍ଜୁର
Popular Categories



