www.samajalive.in
Sunday, December 14, 2025
19.1 C
Bhubaneswar

ଇଜିପ୍ଟ ଗସ୍ତରେ ଯାଇ କାଇରୋରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

କାଇରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସଫଳ ଆମେରିକା ଗସ୍ତ ଶେଷ କରି ପ୍ରଥମ ଇଜିପ୍ଟ ଗସ୍ତରେ ଯାଇ ଶନିବାର ସନ୍ଧ୍ୟାରେ କାଇରୋରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ତାଙ୍କର ଇଜିପ୍ଟ ପ୍ରତିପକ୍ଷ ମୋସ୍ତାଫା ମାଡ୍‌‌ବୌଲିଙ୍କ ସହ ଆଉ କିଛି ସମୟପରେ ଏକ ଗୋଲ୍‌‌ ଟେବୁଲ ବୈଠକରେ ମିଳିତ ହେବେ। ସେ ମଧ୍ୟ ଇଜିପ୍ଟର ଗ୍ରାଣ୍ଡ ମୁଫ୍‌‌ତିଙ୍କୁ ଭେଟିବା ସହ ପ୍ରବାସୀ ଭାରତୀୟଙ୍କ ସହ ଭାବବିନିମୟ କରିବେ।
ଇଜିପ୍ଟକୁ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଗସ୍ତ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ହକିମ୍‌‌ ମସଜିଦ ଏବଂ ହେଲିଓ ପୋଲିସ୍‌‌ ଯୁଦ୍ଧ ସ୍ମାରକୀକୁ ପରିଦର୍ଶନ କରିବେ। ସେ ମଧ୍ୟ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ୍‌‌ ଫତାହା ଏଲ୍‌‌ସିସିଙ୍କ ସହ ବାର୍ତ୍ତାଳାପ କରିବେ। ଏତଦ୍‌‌ ବ୍ୟତୀତ ପ୍ରଧାନମନ୍ତ୍ରୀ ଇଜିପ୍ଟ ସରକାରଙ୍କର ବରିଷ୍ଠ ଅଧିକାରୀ, କିଛି ପ୍ରମୁଖ ବ୍ୟକ୍ତିତ୍ୱଙ୍କ ସହ ବାର୍ତ୍ତାଳାପ କରିବେ । ପ୍ରଧାନମନ୍ତ୍ରୀଙ୍କ ଏହି ଇଜିପ୍ଟ ଗସ୍ତ ଅବସରରେ ଅନେକ ରଣନୀତିକ ଭାଗିଦାରୀ ଦସ୍ତାବିଜ୍‌‌ ଏବଂ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଆମେରିକାରୁ ଇଜିପ୍ଟ ଗସ୍ତର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ, ସେ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ୍‌‌ ଫତାହା ଏଲ୍‌‌ସିସି ଏବଂ ଅନ୍ୟାନ୍ୟ ସଭ୍ୟମାନଙ୍କ ସହ ଦ୍ୱିପାକ୍ଷିକ ଭାଗିଦାରୀ ସମ୍ପର୍କର ଆଲୋଚନା କରିବେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories