www.samajalive.in
Saturday, December 13, 2025
26.1 C
Bhubaneswar

ଲଡୁଗାଁରେ ‘ସେବା ଓ ସେବକ’ ସପ୍ତାହ ପାଳିତ

ଲଡୁଗାଁ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳ ମଣିପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ପୂଣ୍ୟତିଥି ଅବସରରେ ସେବା ଓ ସେବକ ସପ୍ତାହ ପାଳନ ହୋଇଯାଇଛି । ଶନିବାର ଆୟୋଜିତ କାର୍ଯ୍ୟକ୍ରମରେ ଲଡୁଗାଁ ଉଚ୍ଚ ମାଧ୍ୟମିକ ସ୍କୁଲ, କୋକସରା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ସ୍କୁଲ ଓ ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଧାରଣ ଜ୍ଞାନ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମାଧ୍ୟମିକ ସ୍କୁଲର ଅଧ୍ୟକ୍ଷ ଡ.ନିହାରକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ତଥା ବିଦ୍ୟାଳୟର ପୁରାତନ ଛାତ୍ର ରାଜୀବ ଅଗ୍ରୱାଲ, ପୁରାତନ ଛାତ୍ର ସଂସଦ ସଭାପତି ଶ୍ରୀମନ୍ତ ପାଢ଼ୀ, ଲଡୁଗାଁ ସରପଞ୍ଚ ନକୁଳ ନାଏକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ଅଗ୍ରପୂଜ୍ୟ ଗଜାନନ ଓ ଗୋପବନ୍ଧୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ପୂଜାର୍ଚ୍ଚନା ପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ‘ସମାଜ’ ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ କୁମାର ପଣ୍ଡା ଯୋଗଦେଇ ସେବା ଓ ସେବକ ସପ୍ତାହର ଉଦ୍ଦେଶ୍ୟ ବିଷୟରେ କହିବା ସହ ସବୁବେଳେ ମାନବ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଗୋପବନ୍ଧୁ ନିରାଶ୍ରୟ ଓ ନିଃସହାୟ ବ୍ୟକ୍ତି ମାନଙ୍କର ସେବା କରି ନିଜର ସେବା ମନୋବୃତ୍ତିକୁ ଯେଭଳି ଚରିତାର୍ଥ କରିଥିଲେ, ସେଭଳି ଯୁବ ସମାଜ ନିଜକୁ ଆଦର୍ଶ ମାର୍ଗରେ ଗଢ଼ି ତୋଳିବା ପାଇଁ ସଦା ତତ୍ପର ରହିବା ଲାଗି କହିଥିଲେ।
ଆଜି ମଧ୍ୟ ଉତ୍କଳମଣୀଙ୍କ ସେବା ଭାବରେ ‘ସମାଜ’ ଓ ଲୋକ ସେବକ ମଣ୍ଡଳ ଦ୍ୱାରା ଯେଉଁ  କାର୍ଯ୍ୟ କରାଯାଉଛି ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ବକ୍ତାମାନେ ନିଜ ନିଜର ବକ୍ତବ୍ୟରେ  କହିଥିଲେ । ଏହି ଉପଲକ୍ଷେ ଆୟୋଜିତ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଶୁଭଶ୍ରୀ ଦାସ, ସବିତା କଟା, ଶେଖର ଚନ୍ଦ୍ର ଦାସ, ଚିତ୍ରାଙ୍କନରେ ଶୁଭମ ସୁନାନୀ, ଶେଖର ଚନ୍ଦ୍ର ଦାସ, ସାଇନା ମାଝୀ ଓ ବକ୍ତୃତା ପ୍ରତିଯୋଗିତାରେ ସ୍ନେହା ସରାବୁ, ଡୋଗେନ୍ଦ୍ର ନିଆଲ ଓ ପ୍ରେମଲାଲ ରାଉତ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅତିଥି ମାନେ କୃତି ପ୍ରତିଯୋଗିଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଅଧ୍ୟାପକ ହେମନ୍ତ ସେନାପତି, ପ୍ରଶାନ୍ତ ଯୋଷୀ, ଅଧ୍ୟାପିକା କଲ୍ୟାଣୀ ମହାନ୍ତି ପ୍ରତିଯୋଗିତାରେ ବିଚାରକ ଭାବେ ଥିବାବେଳେ ଅଧ୍ୟାପକ ପ୍ରେମାନନ୍ଦ ସା, ଶଙ୍କର ସତନାମୀ, ଖେଳ ଶିକ୍ଷକ ବିରେନ୍ଦ୍ର ନାରାୟଣ ଦାସ, କନିଷ୍ଠ କିରାଣୀ ବିଭଞ୍ଜନ ସାହୁ ଓ ଭାଗବତ କଟା ପ୍ରତିଯୋଗିତା ପରିଚାଳନା କରିଥିଲେ। ସମଗ୍ର କାର୍ଯ୍ୟକ୍ରମ ପରିଚାଳନାରେ ସମାଜସେବୀ ଆଦିତ୍ୟ ପଣ୍ଡା ସହଯୋଗ କରିଥିବା ବେଳେ ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ ମଞ୍ଚ ପରିଚାଳନା କରିଥିଲେ। ‘ସମାଜ’ର ଲଡୁଗାଁ ପ୍ରତିନିଧି କିଶନ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ, ଅଭିଭାବକଙ୍କ ସହ ସ୍କୁଲର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories