ଟଙ୍କା ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ
କପ୍ତିପଦା: ମୟୁରଭଞ୍ଜ ଜିଲ୍ଲା କପ୍ତିପଦାରେ ଯୌତୁକ ଟଙ୍କା ପାଇଁ ସ୍ତ୍ରୀକୁ ନିର୍ମମ ଭାବେ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ବିଶୋଳ ପଞ୍ଚାୟତର ମହୁଲ ଡିହ ଗ୍ରାମରେ ଏହି ଘଟଣା ଘଟିଛି ।
ବିଶ୍ୱଜିତ ମୁଖାର୍ଜୀ ନାମକ ବ୍ୟକ୍ତିଙ୍କୁ ଝୁମୁରି ଦଳାଇ ନାମକ ମହିଳା ବିବାହ କରିଥିଲେ । ବିବାହ ସମୟରେ ବିଶ୍ୱଜିତଙ୍କ ପରିବାର ପକ୍ଷରୁ ୪୦ ହଜାର ଟଙ୍କା ଦାବି କରାଯାଇଥିଲା । ମାତ୍ର ଝୁମୁରିଙ୍କ ପରିବାର ପକ୍ଷରୁ ୨୦ ହଜାର ଟଙ୍କା ଦିଆଯାଇଥିଲା । ଏହାପରେ ଏକ ଅଟୋ ରିକ୍ସା କିଣିବା ପାଇଁ ଆଉ ୧୦ ହଜାର ଟଙ୍କା ଆଣିବାକୁ ବିଶ୍ୱଜିତ ଚାପ ପକାଇଥିଲା । ଏହି କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ବିଶ୍ୱଜିତ ଏକ ଲୁହା ରଡ୍ରେ ଝୁମୁରୀଙ୍କର ମୁଣ୍ଡକୁ ପିଟି ଦେବାରୁ ପ୍ରବଳ ରକ୍ତ ସ୍ରାବ ହୋଇଥିଲା । ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ଝୁମୁରିଙ୍କ ପିତା ମାମଲା ରୁଜୁ କରିବା ପରେ ପୁଲିସ ବିଶ୍ୱଜିତଙ୍କୁ ଗିରଫ କରିଛି ।