ଏମକେସିଜିରେ ପୁଣି ଜୁନିୟରଙ୍କୁ ରାଗିଂ ! ଆଜି ବସିବ ଆଣ୍ଟି ରାଗିଂ ସେଲ୍ ବୈଠକ

ବ୍ରହ୍ମପୁର: ପୁଣି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ରାଗିଂ । କିଛି ସିନିୟର ଛାତ୍ର ଜୁନିୟର ଛାତ୍ରଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଥିବା ଅଭିଯୋଗ ଆସିଛି। ଏ ନେଇ ଜୁନିୟର ଛାତ୍ରମାନେ ଏମକେସିଜି ଆଣ୍ଟି ରାଗିଂ ସେଲରେ ଅଭିଯୋଗ କରିଛନ୍ତି ଜୁନିୟର ଛାତ୍ର। ଘଟଣାକୁ ନେଇ ଆଜି ଅପରାହ୍ନରେ ଆଣ୍ଟି ରାଗିଂ ସେଲ ବୈଠକ ବସିବାର ସୂଚନା ରହିଛି। ତେବେ କିଛି ଦିନ ପୂର୍ବରୁ ମଧ୍ୟ ଏମକେସିଜିରେ ଏଭଳି କିଛି ଘଟଣା ଘଟିଥିଲା। ଯେଉଁଥିପାଇଁ ଚତୁର୍ଥ ବର୍ଷ ର ୫ ଜଣ ଛାତ୍ରଙ୍କୁ କ୍ୟାମ୍ପସକୁ ମନା କରାଯାଇଥିଲା।

Comments are closed.