www.samajalive.in
Wednesday, December 10, 2025
16.1 C
Bhubaneswar

ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି୨୦ ଖେଳିବେ ନାହିଁ ଷ୍ଟାର୍କ

ଆଡିଲେଡ୍‌ : ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି୨୦ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ତାରକା ଦ୍ରୁତ ବୋଲର ମାଇକେଲ୍ ଷ୍ଟାର୍କ ଖେଳିବେ ନାହିଁ। ଷ୍ଟାର୍କଙ୍କ ଭାଇ ବିବାହ କରିବାକୁ ଯାଉଥିବାରୁ ଦ୍ବିତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ନ ଖେଳିବାକୁ କ୍ରିକେଟ୍ ଅଷ୍ଟ୍ରେଲିଆକୁ ଅନୁରୋଧ କରିଥିଲେ ଷ୍ଟାର୍କ। ଷ୍ଟାର୍କଙ୍କ ଅନୁରୋଧ ରକ୍ଷା କରି ଭାଇ ବିବାହ ନିମନ୍ତେ ପରିବାର ସହ ସମୟ ଅତିବାହିତ କରିବାକୁ ତାଙ୍କୁ ଛୁଟି ମିଳିଥିବା କ୍ରିକେଟ୍‌ ଅଷ୍ଟ୍ରେଲିଆ ୱେବସାଇଟ୍‌ ସୂଚନା ଦେଇଛି।
ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୧୩୪ ରନ୍‌ରେ ଜିତି ନେଇଛି। ଷ୍ଟାର୍କଙ୍କ ସ୍ଥାନରେ ଦ୍ବିତୀୟ ମ୍ୟାଚ୍‌ରେ ବିଲି ଷ୍ଟାନଲେକ କିମ୍ବା ସେନ୍‌ ଆବର୍ଟଙ୍କୁ ସୁଯୋଗ ମିଳିପାରେ ବୋଲି ଆଲୋଚନା ହେଉଛି। ଦ୍ବିତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦ୍ରୁତ ବୋଲରମାନେ ଅଧିକ ସଂଖ୍ୟକ ସଟ୍‌ପିଚ୍‌ ବଲ୍‌ ପକାଇବା ଉପରେ ଧ୍ୟାନ ଦେବେ ବୋଲି ସ୍ପଷ୍ଟ କରି ଦେଇଛନ୍ତି ଏହି ଦଳର ଉପଅଧିନାୟକ ପାଟ୍‌ କମିନ୍‌ସ। ଶ୍ରୀଲଙ୍କା ବ୍ୟାଟସମ୍ୟାନ୍‌ ସଟ୍‌ ବଲ୍‌ ଖେଳିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ସ୍ପଷ୍ଟ ହେବା ପରେ ସେମାନଙ୍କୁ ଅଧିକରୁ ଅଧିକ ସଟ୍ ବଲ୍‌ ପକାଇ ସହଳ ଆଉଟ୍‌ କରିବାକୁ ଅଷ୍ଟ୍ରେଲିଆ ଯୋଜନା କରିଥିବା କମିନ୍‌ସ ସ୍ପଷ୍ଟ କରି ଦେଇଛନ୍ତି।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories