ଏହିସବୁ ଭୁଲ୍ ଯୋଗୁଁ ଦେଖାଦିଏ ବାର୍ଦ୍ଧକ୍ୟର ଛାପ

0

ସାଧାରଣତଃ ଏକ ସୁନ୍ଦର ଓ ଉଜ୍ବଳ ତ୍ବଚା ପାଇବା ପାଇଁ ସମସ୍ତେ ଇଛା କରିଥାଆନ୍ତି। ସୁନ୍ଦର ତ୍ବଚା ଆଶାରେ ଅନେକ ପନ୍ଥା ମଧ୍ୟ ଆପଣାଇ ଥାଆନ୍ତି। ହେଲେ ଅନେକ ସମୟରେ ବିଭିନ୍ନ ପ୍ରସାଧନ ସାମଗ୍ରୀର ବ୍ୟବହାର ସହ ଅନେକ ଉପଚାର କରିବା ସତ୍ତ୍ବେ ତ୍ବଚାର ସୌନ୍ଦର୍ୟ୍ୟ ବୃଦ୍ଧି ହେବା ପରିବର୍ତ୍ତେ ତ୍ବଚା ଅଧିକ କ୍ଷତିଗ୍ରସ୍ତ ହୋଇଥାଏ ଓ ମୁହଁରେ ବାର୍ଦ୍ଧକ୍ୟର ଛାପ ଦେଖାଦିଏ।। ଏପରି ହେବାର କାରଣ ଆପଣ ଅଜଣାତରେ ଏଭଳି ଅନେକ ଭୁଲ୍ କରିଦିଅନ୍ତି ଯାହାର ଫଳସ୍ୱରୁପ ଆପଣଙ୍କ ତ୍ୱଚା ଖରାପ ହୋଇଯାଏ। ତେବେ ଚାଲନ୍ତୁ ଜାଣିବା, ଅଜଣାତରେ କରୁଥିବା ସେହି ସବୁ ଭୁଲ୍ ବିଷୟରେ ଯେଉଥିପାଇଁ ଆମ ତ୍ବଚା କ୍ଷତିଗ୍ରସ୍ତ ହୋଇ ବୟସ୍କ ଦେଖାଯାଏ –

ଅଧିକ ତେଲଯୁକ୍ତ ଖାଦ୍ୟର ସେବନ : ଫାଷ୍ଟପୁଡ୍ କିମ୍ବା ତେଲଯୁକ୍ତ ଖାଦ୍ୟ ଖାଇବାକୁ ସ୍ବାଦିଷ୍ଟ ଲାଗେ ସତ ହେଲେ ଏହା ଖାଇବା ଦ୍ୱାରା ତ୍ୱଚାରେ କୁଞ୍ଚନ ପଡିବା ଆରମ୍ଭ ହୋଇଯାଏ। ଏହା ତ୍ୱଚାକୁ ତୈଳାକ୍ତ କରିଥାଏ ଯଦ୍ୱାରା ତ୍ୱଚାରେ ଧୂଳି ଜମି ମୁହଁରେ ଅନେକ ସମସ୍ୟା ଦେଖା ଦେବା ସହ ମୁହଁ ବୟସ୍କ ଭଳି ଦେଖାଯାଏ।

ଗରମ ପାଣିରେ ଗାଧୋଇବା : ଅଧିକାଂଶ ଲୋକଙ୍କୁ ଭ୍ରମ ରହିଛି କି ଫେସୱାସ୍ ଲଗାଇବା ପରେ ଗରମ ପାଣିରେ ମୁହଁ ଧୋଇଲେ ମୁହଁ ସତେଜ ରହିଥାଏ। କିନ୍ତୁ ଏହା ଏକ ଭୁଲ୍ ଧାରଣା। ବେଳେବେଳେ ତ ଠିକ୍ ଅଛି କିନ୍ତୁ ଲଗାତାର ଏଭଳି କରୁଥିଲେ ସଜାଗ ରୁହନ୍ତୁ। ଗରମ ପାଣି ତ୍ୱଚାର ପ୍ରାକୃତିକ ତୈଳାକ୍ତ ଅଂଶକୁ କମ୍ କରିଦିଏ ଏବଂ କମ୍ ଦିନରେ ମୁହଁରେ କୁଞ୍ଚନ ପଡିବା ଆରମ୍ଭ ହୋଇଯାଏ।

ସାଧାରଣ ଅପେକ୍ଷା ଅଧିକ ସ୍କ୍ରବ କରିବା : ସପ୍ତାହକୁ କେବଳ ଥରେ ହିଁ ସ୍କ୍ରବ କରିବା ଆବଶ୍ୟକ। ଅଧିକ ସ୍କ୍ରବ କଲେ ତ୍ୱଚାର ବିଗିଡ଼ିବା ଆରମ୍ଭ କରେ।

ଭୁଲ୍ ପ୍ରସାଧନ ସାମଗ୍ରୀର ଚୟନ କରିବା : ଖର୍ଚ୍ଚାନ୍ତ ନହେବାକୁ ଅଧିକ ମହିଳା ଶସ୍ତା ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତି କିନ୍ତୁ ଏଭଳି କରିବା ଦ୍ୱାରା ତ୍ବଚା ଖୁବଶୀଘ୍ର ଖରାପ ହେବାକୁ ଲାଗେ। ତେଣୁ ଯେତେ ପାରୁଛନ୍ତି ଭଲ ବ୍ରାଣ୍ଡର ପ୍ରଡକ୍ଟ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ।

ମଦ୍ୟପାନ ଓ ଧୂମପାନର ସେବନ : ଆଜିର ସମୟରେ ମଦ୍ୟପାନ ଏବଂ ଧୂମପାନ କରିବା ଏକ ଫ୍ୟାସନ୍ ପାଲଟି ଯାଇଛି। ହେଲେ ଏହାଦ୍ୱାରା ଯେ ଶରୀରରେ ବାର୍ଦ୍ଧକ୍ୟର ଛାପ ପଡେ ତାହା ଆପଣ ଜାଣିନଥିବେ।

କମ୍ ପାଣି ପିଇବା : ଉଜ୍ଜଳ ତ୍ୱଚା ପାଇଁ ପର୍ୟ୍ୟାପ୍ତ ପରିମାଣର ପାଣି ପିଇବା ନିହାତି ଆବଶ୍ୟକ। ଏହାଦ୍ବାରା ତ୍ଚଚାରେ ବାର୍ଦ୍ଦକ୍ୟର ଛାପ ପଡ଼ିବାର ଆଶଙ୍କା ଦୂର ହୋଇଥାଏ। ଏଥିସହିତ ଅନେକ ତ୍ବଚା ସମସ୍ୟା ମଧ୍ୟ ଦୂରେଇ ଯାଏ।

Leave A Reply