www.samajalive.in
Monday, December 15, 2025
27.1 C
Bhubaneswar

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମିଶନ ବାତ୍ସଲ୍ୟ ଯୋଜନା ପାଇଁ ନିର୍ଦ୍ଦେଶାବଳୀ ଜାରି

ନୂଆଦିଲ୍ଲୀ : କେନ୍ଦ୍ର  ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ୨୦୦୯ -୧୦ ମସିହାରୁ ଶିଶୁ ମାନଙ୍କର କଲ୍ୟାଣ ତଥା ପୁନଃଥଇଥାନ ନିମନ୍ତେ ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା “ମିଶନ୍ ବାତ୍ସଲ୍ୟ” କାର୍ଯ୍ୟକାରୀ କରୁଛନ୍ତି, ଯାହା ପୂର୍ବରୁ ଶିଶୁ ସୁରକ୍ଷା ସେବା (ସିପିଏସ୍‌) ଯୋଜନା ଥିଲା । ମିଶନ ବାତ୍ସଲ୍ୟର ଉଦ୍ଦେଶ୍ୟ ହେଉଛି, ଦେଶର ପିଲା ମାନଙ୍କ ପାଇଁ ସ୍ଥାୟୀ ଭିତ୍ତିରେ ଏକ ସୁସ୍ଥ ଏବଂ ସୁଖମୟ ପିଲାଦିନ ସୁନିଶ୍ଚିତ କରିବା, ପୂର୍ଣ୍ଣ ସାମର୍ଥ୍ୟକୁ ଆବିଷ୍କାର କରିବା ନିମନ୍ତେ ସେମାନଙ୍କୁ ସୁଯୋଗ ପ୍ରଦାନ କରିବା ଏବଂ ସେମାନଙ୍କୁ ସବୁ ପ୍ରକାର ଅଭିବୃଦ୍ଧି ନିମନ୍ତେ ସହାୟତା ପ୍ରଦାନ କରିବା । ଶିଶୁ ମାନଙ୍କର ବିକାଶ ନିମନ୍ତେ ଏକ ସମ୍ବେଦନଶୀଳ, ସହାୟକ, ଏବଂ ସମକାଳୀନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା, କିଶୋର ନ୍ୟାୟ ଅଧିନିୟମ, ୨୦୧୫ର ଜନାଦେଶକୁ ସମ୍ପୂର୍ଣ୍ଣ କରିବାରେ ରାଜ୍ୟ-କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କୁ ସହାୟତା କରିବା ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି)କୁ ପ୍ରାପ୍ତ କରିବା ଆଦି ମଧ୍ୟ ଏହି ମିଶନରେ ଅନ୍ତର୍ଭୁକ୍ତ। ମିଶନ ବାତ୍ସଲ୍ୟ କଠିନ ପରିସ୍ଥିତି ଗୁଡିକରେ ଶିଶୁ ମାନଙ୍କର ପରିବାର-ଆଧାରିତ ଓ  ଅଣ-ଆନୁଷ୍ଠାନିକ ଯତ୍ନକୁ ପ୍ରୋତ୍ସାହିତ କରିଥାଏ।

ମିଶନ ବାତ୍ସଲ୍ୟ ଅଧୀନରେ ଯେଉଁ ଉପାଦାନ ଗୁଡିକ ଅନ୍ତର୍ଭୁକ୍ତ, ସେଗୁଡିକ ହେଉଛି, ଆଇନ୍‌ଗତ ସଂସ୍ଥା ଗୁଡିକର କାର୍ଯ୍ୟରେ ସଂସ୍କାର ଆଣିବା; ସେବା ବିତରଣ ସଂରଚନା ଗୁଡିକୁ ସୁଦୃଢ଼ କରିବା; ଉଚ୍ଚ ସ୍ତରର ସଂସ୍ଥାଗତ ଯତ୍ନ-ସେବା ସମୂହ; ଅଣ-ଆନୁଷ୍ଠାନିକ ସମୁଦାୟ ଆଧାରିତ ଯତ୍ନକୁ ପ୍ରୋତ୍ସାହିତ କରିବା; ଜରୁରୀକାଳୀନ ସହାୟତା ସେବା ସମୂହ, ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ।

- Advertisement -

ସମସ୍ତ ରାଜ୍ୟ-କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକ ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ମନ୍ତ୍ରଣାଳୟ ସହିତ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି । ମିଶନ ବାତ୍ସଲ୍ୟକୁ କେନ୍ଦ୍ର ପ୍ରାୟୋଜିତ ଯୋଜନା ରୂପରେ କେନ୍ଦ୍ର ଏବଂ ରାଜ୍ୟ-କେନ୍ଦ୍ର ଶାସିତ ପ୍ରଦେଶ ସରକାର ମାନଙ୍କ ମଧ୍ୟରେ ନିର୍ଦ୍ଧାରିତ ଖର୍ଚ୍ଚ ବଣ୍ଟନ ଅନୁପାତ ଆଧାରରେ ଲାଗୁ କରା ଯିବ।

ମନ୍ତ୍ରଣାଳୟ ମିଶନ ବାତ୍ସଲ୍ୟ ଯୋଜନାର ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଛି ଏବଂ ନିର୍ଦ୍ଦେଶାବଳୀର ବିତ୍ତୀୟ ମାନଦଣ୍ଡ ଗୁଡିକର ଆଧାର ଉପରେ ମିଶନ ବାତ୍ସଲ୍ୟ ଯୋଜନା ଅନୁସାରେ ରାଜ୍ୟ ସରକାର-କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକର ପ୍ରଶାସନକୁ ୨୦୨୨- ୨୩ ନିମନ୍ତେ ନିଜର ବିତ୍ତୀୟ ପ୍ରସ୍ତାବ ଏବଂ ଯୋଜନା ଗୁଡିକୁ ପ୍ରସ୍ତୁତ କରିବା ନିମନ୍ତେ କୁହା ଯାଇଛି । ମିଶନ ବାତ୍ସଲ୍ୟ ଯୋଜନାର ମାନଦଣ୍ଡ ୦୧ ଏପ୍ରିଲ୍‌, ୨୦୨୨ରୁ ଲାଗୁ ହେବ ।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories