www.samajalive.in
Monday, December 15, 2025
17.1 C
Bhubaneswar

ମିଶନ ଶକ୍ତି ଦ୍ୱାରା ରାଜ୍ୟରେ ହୋଇଛି ମହିଳା ସଶକ୍ତିକରଣ

ଭୁବନେଶ୍ୱର: ଆଜି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମିଶନ ଶକ୍ତି ବିଭାଗ ଅଧୀନରେ ପ୍ରଚଳିତ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର ବିସ୍ତୃତ ସମୀକ୍ଷା କରିଥିଲେ। ଏହି ବୈଠକରେ ଶ୍ରୀମତୀ ପରିଡା ବିକଶିତ ଓଡିଶା ସ୍ୱପ୍ନ ପୂରଣ ହେବାରେ ମିଶନ ଶକ୍ତିର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ ମିଶନ ଶକ୍ତି ଦ୍ୱାରା ସାରା ରାଜ୍ୟରେ ମହିଳା ସଶକ୍ତିକରଣରେ ହୋଇଥିବା ଅଗ୍ରଗତି ସମ୍ବନ୍ଧରେ ଆଲୋକପାତ କରିଥିଲେ। ଉପମୁଖ୍ୟମନ୍ତ୍ରୀ ମହିଳାଙ୍କ ସଶକ୍ତିକରଣ, ଜୀବିକା ବୃଦ୍ଧି ତଥା ଉଦ୍ୟୋଗିତାକୁ ବିଭାଗ ଅଧିନସ୍ଥ ଯୋଜନା ଏବଂ କାର୍ଯ୍ୟକ୍ରମ ଦ୍ୱାରା ପ୍ରୋତ୍ସାହିତ କରିବାର ଗୁରୁତ୍ୱକୁ ଦର୍ଶାଇଥିଲେ।

ପ୍ରମୁଖ ପଦକ୍ଷେପଗୁଡିକର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ଏବଂ ସ୍ୱଳ୍ପ ସମୟ ମଧ୍ୟରେ ଆଖିଦୃଶିଆ ଫଳାଫଳ ହାସଲ କରିବା ଲକ୍ଷ୍ୟରେ ୧୦୦ ଦିନିଆ କାର୍ଯ୍ୟ ଯୋଜନା ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଦକ୍ଷତା ବିକାଶ ଏବଂ ବଜାର ଲିଙ୍କେଜ୍ ପଦକ୍ଷେପ ସମେତ ମିଶନ ଶକ୍ତି ଅଧୀନରେ ଥିବା ଯୋଜନାଗୁଡିକର ଅଗ୍ରଗତି ଏବଂ ପ୍ରଭାବକୁ ଆକଳନ କରିବା ବ୍ୟତୀତ ପମୁଖ୍ୟମନ୍ତ୍ରୀ ମିଶନ ଶକ୍ତିର ପ୍ରସାର ଏବଂ କାର୍ଯ୍ୟକାରିତାକୁ ବୃଦ୍ଧି କରିବା ପାଇଁ ରଣନୀତି ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେଇଥିଲେ। ବିଭାଗ ଦ୍ୱାରା କାର୍ଯ୍ୟକାରୀ ପଦକ୍ଷେପଗୁଡିକ ଦ୍ୱାରା କିପରି ଅଧିକରୁ ଅଧିକ ମହିଳା ଉପକୃତ ହେବେ ଏବଂ ତୃଣମୂଳ ସ୍ତରରେ ଏହି କାର୍ଯ୍ୟକ୍ରମ ଗୁଡିକର ପ୍ରଭାବ, ସ୍ଥିରତା ସୁନିଶ୍ଚିତ କରିବା ପାଇଁ ମିଶନ ଶକ୍ତି କାର୍ଯ୍ୟକ୍ରମର ସହଭାଗିତା ଏବଂ ଯୋଗଦାନକୁ ମଜବୁତ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

- Advertisement -

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା, ମିଶନ ଶକ୍ତି ମାଧ୍ୟମରେ ମହିଳା ସଶକ୍ତିକରଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇବା ସହ ମିଶନ ଶକ୍ତିକୁ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚାଇବା ତଥା ବିକଶିତ ଓଡ଼ିଶାର ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତ ଅଧିକାରୀଙ୍କ ମିଳିତ ଉଦ୍ୟମ ପାଇଁ ଆହ୍ୱାନ ଦେଇଥିଲେ।

ଏହି ବୈଠକରେ ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ଶାଲିନୀ ପଣ୍ଡିତ, ରାଜ୍ୟ ମିଶନ ନିର୍ଦ୍ଦେଶକ ତଥା ସିଇଓ, ଓଡିଶା ଜୀବିକା ମିଶନ (ଓଏଲଏମ୍),  ଭିନୀତ ଭରଦ୍ବାଜ, ବରିଷ୍ଠ ସରକାରୀ ଅଧିକାରୀ ତଥା ବିଭାଗର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories