www.samajalive.in
Sunday, November 16, 2025
15.1 C
Bhubaneswar

୭୨ କେଜି ଗଞ୍ଜେଇ ସହ କାର ଜବତ, ୪ ଗିରଫ

ପଦ୍ମପୁର: ଗଞ୍ଜେଇ ଚାଲାଣର ଗନ୍ତାଘର ପାଲଟିଛି ପଦ୍ମପୁର । ରାୟଗଡା ଜିଲା ପଦ୍ମପୁର ଥାନା ପୁଲିସ ସୋମବାର ଏକ କାରରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ୪ଜଣଙ୍କୁ ଗିରଫ କରିଥିବାବେଳେ ସେଥିମଧ୍ୟରୁ ଜଣେ ନାବାଳକ ଥିବା ଜଣାପଡିଛି।

ପୁଲିସ ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ପଦ୍ମପୁର ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ସନ୍ଧ୍ୟା ୫ଟା ସମୟରେ କେନ୍ଦୁଗୁଡା ଅଞ୍ଚଳରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମୟରେ ପଦ୍ମପୁର ବ୍ଲକ କେନ୍ଦୁଗୁଡା ଫାଣ୍ଡି ନିକଟରେ ପଦ୍ମପୁର ଥାନା ଏସ .ଆଇ. ଗିତାରାଣୀ, ଆଇଆଇସି ଓ ତାଙ୍କ ଟିମଙ୍କ ସହ ଏକ କାରକୁ ଯାଞ୍ଚ କରିଥିଲେ । ପଦ୍ମପୁର ପୁଲିସ ସେହି କାର ମଧ୍ୟରୁ ୭୨ କେଜି ଗଞ୍ଜେଇ ଜବତ କରିଥିଲେ ଓ ୪ଜଣ ଙ୍କୁ ଗିରଫ କରିଥିବା ବେଳେ ସେଥିମଧ୍ୟରୁ ଜଣେ ନାବାଳକ ଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଦ୍ମପୁର ଥାନା ସୁନ୍ଦରପୁର ଗ୍ରାମର ପ୍ରକାଶ ବିର(୪୪ ), ପଦ୍ମପୁର ଥାନା ପୁଷିଗୁଡା ଗ୍ରାମର ସଞ୍ଜୟ ବେବିରିଆ(୨୩ ), ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ ଡେକାପାଲି ଗ୍ରାମର ଶରତ ଚନ୍ଦ୍ର ପରିଛା(୨୨) ଏବଂ ଜଣେ ନାବାଳକ ପଦ୍ମପୁର ଥାନା ସୁନ୍ଦରପୁର ଗ୍ରାମର ଅଜୁ ଲିମା(୧୭)। ସେମାନଙ୍କଠାରୁ ତିନୋଟି ମୋବାଇଲ, ନଗଦ ୫୧୦ ଟଙ୍କା, ଆଧାର କାର୍ଡ ଓ କାରକୁ ପୁଲିସ ଜବତ କରିଛି । ପଦ୍ମପୁର ଅତିରିକ୍ତ ତହସିଲଦାର ସାତିସ ବଇନି କୁମାର ଥାନାକୁ ଆସି ଜବତ ଗଞ୍ଜେଇକୁ ଓଜନ କରିଥିଲେ । ସମୁଦାୟ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି । ପଦ୍ମପୁର ଥାନାରେ କେସ ନମ୍ବର ୮୮/୨୦୨୪ ଏନଡିପିଏସ ଧାରା ଅନୁସାରେ ମାମଲା ରୁଜୁ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଗୁଣପୁର କୋର୍ଟ ଚାଲାଣ କରିଥିବାବେଳେ ନାବାଳକ ଅଜୁ ଲିମାକୁ ରାୟଗଡା ଜୁଭେନାଲ କୋର୍ଟକୁ ପଠାଇଥିବା ପଦ୍ମପୁର ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ ସୂଚନା ଦେଇଛନ୍ତି ।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories