www.samajalive.in
Monday, December 8, 2025
17.1 C
Bhubaneswar

ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

ଗୁରୁଡ଼ିଝାଟିଆ: ୫୫ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟ। ଚିକିତ୍ସାଳୟ ଉପରେ ୮ଟି ପଞ୍ଚାୟତର ଜନସାଧାରଣ ସଂପୂର୍ଣ୍ଣ ନିର୍ଭରଶୀଳ। ଏହା ସହିତ ଜାତୀୟ ରାଜପଥ ପାର୍ଶ୍ବରେ ଚିକିତ୍ସାଳୟଟି ଥିବାରୁ ଦୁର୍ଘଟଣାଗ୍ରସ୍ତ ଲୋକଟି ଆଶୁ ଚିକିତ୍ସା ପାଇଁ ଏଠାକୁ ଆସିଥାଏ। କିନ୍ତୁ ଦୁର୍ଭାଗ୍ୟର କଥା ଏଠାରେ ସ୍ଥାୟୀ ଚିକିତ୍ସକ ନାହାନ୍ତି। ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରୁ ଅସ୍ଥାୟୀ ଭାବେ ସପ୍ତାହକୁ ୩ଦିନ ଚିକିତ୍ସକ କାମଚଳା ଭାବେ କାମ କରିଥାନ୍ତି। ତେଣୁ ବାଧ୍ୟ ହୋଇ ଫାର୍ମାସିଷ୍ଟ ରୋଗୀଙ୍କୁ ଚିକିତ୍ସାସେବା ଯୋଗାଇ ଦେଉଛନ୍ତି। ମୋଟାମୋଟି ଭାବରେ କହିବାକୁ ଗଲେ ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟରେ ରୋଗୀଙ୍କ ଚିକିତ୍ସାଭାର ଫାର୍ମାସିଷ୍ଟଙ୍କ ହାତରେ। କଟକ ଜିଲା ସଦରମହକୁମାଠାରୁ ୨୦ କିମି ଦୂରରେ ଜାତୀୟ ରାଜପଥ ପାର୍ଶ୍ବରେ ଅବସ୍ଥିତ ଚିକିତ୍ସାଳୟରେ ଏଭଳି ଚିତ୍ରକୁ ଦେଖିଲେ ଆମ ରାଜ୍ୟର ସ୍ୱାସ୍ଥ୍ୟସେବା କିଭଳି ଉନ୍ନତ ହୋଇଥିବ ତାହା ନ କହିଲେ ଭଲ। ଚିକିତ୍ସାଳୟ ଉପରେ ଖୁଣ୍ଟୁଣୀ, କଣ୍ଡରେଇ, ରାଧାକୃଷ୍ଣପୁର, ଡାଳଭାଗ, ଭୋଗରା, ରାଧାକିଶୋରପୁର ପଞ୍ଚାୟତ ସହିତ ଘଣ୍ଟିଖାଲ ପଞ୍ଚାୟତର ଗରିଆ, ଓରନ୍ଦା ପଞ୍ଚାୟତର କପୂରସିଂର ଜନସଧାରଣ ନିର୍ଭରଶୀଳ। ଉପରୋକ୍ତ ପଞ୍ଚାୟତ ମଧ୍ୟରେ କଣ୍ଡରେଇ, ରାଧାକୃଷ୍ଣପୁର, ଖୁଣ୍ଟୁଣୀ ଓ ରାଧାକିଶୋରପୁରରେ ଜନଜାତିର ଲୋକମାନେ ବସବାସ କରନ୍ତି। ଚିକିତ୍ସକ ନଥିବାରୁ ବାଧ୍ୟ ହୋଇ ଆଠଗଡ଼ ଓ କଟକକୁ ଖର୍ଚ୍ଚାନ୍ତ ହୋଇ ଯାଉଛନ୍ତି। ରାଜ୍ୟ ସରକାର ଘର ପାଖରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା ପାଇଁ କୋଟିକୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟରେ ସ୍ଥାୟୀ ଚିକିତ୍ସକ ନିଯୁକ୍ତି ନ ହୋଇପାରିବା ଘୋର ପରିତାପର ବିଷୟ ଓ ଆମ ସ୍ୱାସ୍ଥ୍ୟସେବା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ଉଲ୍ଲେଖଯୋଗ୍ୟ, ଏହି ଚିକିତ୍ସାଳୟକୁ ଉନ୍ନତି କରି ଏରିଆ ହସ୍ପିଟାଲ ଓ ଦୁର୍ଘଟଣା ଚିକିତ୍ସା କେନ୍ଦ୍ରରେ ପରିଣତ କରିବା ପାଇଁ ସ୍ଥାନୀୟ ଜନସାଧାରଣ ବାରମ୍ବାର ଆନ୍ଦୋଳନ କରିଛନ୍ତି। ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହି ଚିକିତ୍ସାଳୟର ଉନ୍ନତିକରଣ ପାଇଁ ଏକ ସାଧାରଣ ସଭାରେ ଘୋଷଣା କରିଥିଲେ। ସ୍ଥାନୀୟ ସ୍ୱାସ୍ଥ୍ୟ କ୍ରିୟାନୁଷ୍ଠାନ କମିଟି ଓ ପଞ୍ଚାୟତର ଜନସାଧାରଣ ଜାତୀୟ ରାଜପଥ ଅବରୋଧ କରିବା, ବିଭାଗୀୟ ମନ୍ତ୍ରୀ, ସଚିବଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ମଧ୍ୟ ଚିକିତ୍ସାଳୟର ଉନ୍ନତିକରଣ ପାଇଁ ଲିଖିତ ଦାବି ଜଣାଇବା ସଙ୍ଗେ ସଙ୍ଗେ ରାଷ୍ଟ୍ରୀୟ ଲୋକ ଅଦାଲତର ମଧ୍ୟ ଦ୍ୱାରସ୍ଥ ହୋଇଥିଲେ। ସମାଜସେବୀ ତଥା ସ୍ୱାସ୍ଥ୍ୟ କ୍ରିୟାନୁଷ୍ଠାନ କମିଟିର ବରିଷ୍ଠ ସଦସ୍ୟ ଗୌରହରି ମହାନ୍ତି ରାଜ୍ୟପାଳଙ୍କ ବାସଭବନ ଆଗରେ ଆତ୍ମାହୁତି ଦେବାକୁ ମଧ୍ୟ ଉଦ୍ୟମ କରିଥିଲେ। ଏକାଧିକବାର ମଧ୍ୟ ଆଠଗଡ଼ ଉପଖଣ୍ଡ ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିଥିଲେ। ସବୁପରେ ସରକାରଙ୍କଠାରୁ କେବଳ ପାଇଛନ୍ତି ପ୍ରତିଶୃତି। ଫାଇଲ ଚାଷ ଚାଲିଛି। କିନ୍ତୁ ଫଳ ଫଳି ପାରୁନାହିଁ। ତେଣୁ ହାକିମମାନଙ୍କ ନାଲିଫିତା ତଳେ ଅଟକିଯାଇଛି ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟ ଉନ୍ନତିକରଣ କାର୍ଯ୍ୟ। ଯାହାର ଫଳ ସ୍ୱରୂପ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଏବେ ଖୁଣ୍ଟୁଣୀ ଚିକିତ୍ସାଳୟକୁ ଗ୍ରାସ କରିଛି। ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଚିକିତ୍ସକ ରହୁନଥିବାରୁ ବାଧ୍ୟହୋଇ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରୁ ସପ୍ତାହକୁ ୩ ରୁ ୪ଦିନ ପାଳିରେ ଯାଉଛନ୍ତି ଚିକିତ୍ସକ। ରାତି ଅଧରେ ରୋଗୀ ଅସୁସ୍ଥ ହେଲେ ସେବା କରିବା ଦୂରକଥା। ଦିନରେ ତ ନାହାନ୍ତି ଚିକିତ୍ସକ। ତେଣୁ ଖୁଣ୍ଟୁଣୀ ଚିକିତ୍ସାକେନ୍ଦ୍ର ରୋଗୀ ସେବା ପାର୍ମାସିଷ୍ଟ ଉପରେ ନ୍ୟସ୍ତ ହୋଇପଡ଼ିଛି। ଘଟଣା ସଂପର୍କରେ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ମକରନ୍ଦ ବେଉରାଙ୍କୁ ପଚାରିବାରୁ କହିଥିଲେ ଜୁନ୍‌‌ ଶେଷ ସପ୍ତାହରେ ଚିକିତ୍ସାଳୟକୁ ସ୍ଥାୟୀ ଚିକିତ୍ସକ ପ୍ରଦାନ କରାଯିବ।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories