www.samajalive.in
Sunday, December 7, 2025
13.1 C
Bhubaneswar

ପୋଖରୀ ଭିତରେ ପଥରରେ ଛେଚି ଶିକ୍ଷକଙ୍କୁ ହତ୍ୟା

ଦେବଗଡ଼: ନିଜ ପୋଖରୀ ଭିତରେ ଜଣେ ଶିକ୍ଷକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ ପାଲୁଣିପଡ଼ା ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି। ପୁଲିସ ଶିକ୍ଷକ ଆଶୁତୋଷ ପଟେଲ(୩୫)ଙ୍କ ମୃତଦେହକୁ ଜବତ କରିଛି। ପାରିପାର୍ଶ୍ଵିକ ପରିସ୍ଥିତିରୁ ଆଶୁତୋଷଙ୍କୁ ହତ୍ୟା ସ୍ପଷ୍ଟ ହେଉଛି। ପୋଖରୀ ହୁଡ଼ା ନିକଟ ପାଣିରେ ଶିକ୍ଷକ ମୁହଁମାଡ଼ି ପଡ଼ିଥିବାବେଳେ ତାଙ୍କ ମୁଣ୍ଡ ଉପରେ ଏକ ପଥର ପଡ଼ିରହିଛି।

ସୂଚନା ଅନୁସାରେ, ଆଶୁତୋଷ ପାଲୁଣିପଡ଼ା ୟୁ.ପି. ସ୍କୁଲରେ ଶିକ୍ଷକତା କରୁଥିଲେ। ତା’ ସାଙ୍ଗକୁ ନିଜ ପୋଖରୀରେ ମାଛ ଚାଷ କରିଥିଲେ। ପ୍ରତିଦିନ ଭଳି ଗୁରୁବାର ସନ୍ଧ୍ୟାରେ ସେ ନିଜ ପୋଖରୀକୁ ଆସିଥିଲେ। କିନ୍ତୁ ରାତି ୧୦ଟା ବାଜିଥିଲେ ହେଁ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ପୋଖରୀକୁ ଆସିଥିଲେ। ପୋଖରୀରେ ତାଙ୍କ ଚପଲ ଭାସୁଥିବାବେଳେ ଏକ ଗାମୁଛାରେ କିଛି ମାଛ ବନ୍ଧା ଯାଇଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକେ ଅଧିକ ଖୋଜାଖୋଜି କରିବାରୁ ପୋଖରୀ ହୁଡ଼ା ନିକଟରେ ଆଶୁତୋଷଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଏ ସମ୍ପର୍କରେ ସେମାନେ ରିଆମାଳ ଥାନାକୁ ଖବର ଦେବା ପରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ମାଛ ଚୋରିକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories