www.samajalive.in
Sunday, December 14, 2025
17.1 C
Bhubaneswar

ପ୍ରଧାନଶିକ୍ଷକଙ୍କୁ ଅସଦାଚରଣର ପ୍ରତିବାଦ କଲା ଶିକ୍ଷକ ସଂଘ

ଆଠଗଡ :  ଆଠଗଡ ବ୍ଲକ ଅନ୍ତର୍ଗତ ଖୁଣ୍ଟୁଣୀସ୍ଥିତ ରାଧାନାଥ ନୋଡାଲ ବିଦ୍ୟାପୀଠର ପ୍ରଧାନଶିକ୍ଷକଙ୍କୁ ଅସଦାଚରଣ ଓ ଆକ୍ରମଣକୁ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ଆଠଗଡ ଶାଖା ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଏକ ସ୍ମାରକପତ୍ର ଆଠଗଡ ବ୍ଲକ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯାଇଛି। ସୂଚନା ଥାଉକି ଗତ ୯ତାରିଖରେ ରାଧାନାଥ ନୋଡାଲ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସୌମେନ୍ଦ୍ର କୁମାର ପଣ୍ଡାଙ୍କୁ ଜନୈକ ବ୍ୟକ୍ତି ତାଙ୍କ କାର୍ଯ୍ୟାଳୟରେ ପଶି ଦୁର୍ବ୍ୟବହାର ଓ ମାଡ ମରା ଭଳି ଅଭାବନୀୟ ଘଟଣା ଏ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସଂଘର ଆଠଗଡ ଶାଖା ସଭାପତି ଶରତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ ଯୋଗଦେଇଥିବା ସମସ୍ତ ଶିକ୍ଷକ ଏକ ସ୍ୱରରେ ଏହି ଘଟଣାକୁ ନିନ୍ଦା କରିଥିଲେ । ଏଥିପାଇଁ ଏକ ନିନ୍ଦା ପ୍ରସ୍ତାବ ଆଗତ କରାଯିବା ସହ ଶିକ୍ଷକମାନଙ୍କ ସୁରକ୍ଷା ଦାବି ସହିତ ଉକ୍ତ ଘଟଣାର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ଏକ ସ୍ମାରକପତ୍ର ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲଙ୍କୁ ପ୍ରଦାନ କରାଯାଇଥିଲା । ଏହି ବୈଠକରେ ସଂପାଦକ ଶିବପ୍ରସାଦ ବିଶ୍ୱାଳ ଉପସଭାପତି ସୌଭାଗିନୀ ସାମନ୍ତରାୟ, ପ୍ରାଥମିକ ଶିକ୍ଷକ ସଂଘର ଆଠଗଡ ସଭାପତି କିଶୋର ଚନ୍ଦ୍ର ବେହେରା, ସଂପାଦକ ଦେବୀ ପ୍ରସାଦ ମିଶ୍ର, ଏନପିଏସ୍‌‌ ସଂଘର ସଂପାଦକ ସରିତା ମିଶ୍ର, ସଭାପତି ଚାରୁ ଚନ୍ଦ୍ର ବେହେରା, ନିହାରିକା ବିଶ୍ୱାଳ, ମାନସ କୁମାର ସାହୁ, ହରପ୍ରସାଦ ବେହେରା, ଆଶିଷ କୁମାର ରାଉତରାୟ, ଦିିପ୍ତୀରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଯୁଗ୍ମସଂପାଦକ ସନ୍ତୋଷ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories