www.samajalive.in
Friday, December 12, 2025
14.1 C
Bhubaneswar

ଦୁଷ୍କର୍ମତ୍କାରୀକୁ ୧୦ବର୍ଷ ଜେଲ

କେନ୍ଦୁଝରଗଡ଼: ନାବାଳିକା ଦୁଷ୍କର୍ମତ୍କାରୀ ଅଭିଯୁକ୍ତକୁ ଫାଷ୍ଟ ଟ୍ରାକ୍‍ କୋର୍ଟ କେନ୍ଦୁଝରର ସ୍ୱତନ୍ତ୍ର ବିଚାରପତି ଶୁକ୍ରବାର ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ତୁରୁମୁଙ୍ଗା ଥାନା ଅଧିନ ନୂଆଖମଣ ଗ୍ରାମର ଜଣେ ୧୬ବର୍ଷୀୟା ନାବାଳିକା ୨୦ ସେପ୍ଟେମ୍ବର ୨୦୨୧ ରାତି ୮ଟାରେ ପାଇଖାନାକୁ ଝାଡା ଯିବା ସମୟରେ ପଡୋଶୀ ଭୋଳେଶ୍ୱର ମୁଣ୍ଡା (୩୨) ନାବାଳିକାର ମୁହଁରେ ହାତଦେଇ ଜୋରଜବରଦସ୍ତ ଟେକି ନେଇ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ସମୟରେ ନାବାଳିକାର ଚିତ୍କାର ଶୁଣି ପରିବାର ଲୋକେ ଉଦ୍ଧାର କରିବା ସହ ଭୋଳେଶ୍ୱରକୁ ଅଟକ ରଖିଥିଲେ। ତହିଁ ପରଦିନ ଗାଁ ମୁରବୀଙ୍କ ଉପସ୍ଥିତିରେ ଭୋଳେଶ୍ୱର ଦୁଷ୍କର୍ମ କରିଥିବା ସ୍ୱୀକାର କରିଥିଲେ ହେଁ ସେ ଯେହେତୁ ବିବାହ କରିସାରିଛନ୍ତି ତେଣୁ ଦୁଷ୍କର୍ମର ଶୀକାର ନାବାଳିକାକୁ ବିବାହ କରିବାକୁ ମନା କରିବାରୁ ପରିବାର ଲୋକଙ୍କ ପକ୍ଷରୁ ନିକଟସ୍ଥ ଥାନାରେ ଅଭିଯୋଗ କରାଯାଇଥିଲା।

ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇ ଅଭିଯୁକ୍ତ ଭୋଳେଶ୍ୱରକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲାରେ ମୋଟ ୧୭ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଫାଷ୍ଟ ଟ୍ରାକ୍‍ କୋର୍ଟ କେନ୍ଦୁଝରର ସ୍ୱତନ୍ତ୍ର ବିଚାରପତି ବିଜୟ କୁମାର ମିଶ୍ର ଅଭିଯୁକ୍ତ ଭୋଳେଶ୍ୱରକୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ଜେଲ ଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ମାସ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି। ଏଥିସହ ପୀଡିତାକୁ କ୍ଷତିପୂରଣ ନିମନ୍ତେ ୫ଲକ୍ଷ ଟଙ୍କା ପ୍ରଦାନ ନିମନ୍ତେ ରାୟରେ ଉଲ୍ଲେଖ କରିଛନ୍ତି। ପୀଡିତାଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି.ଜ୍ଞାନେନ୍ଦ୍ରନାଥ ଜେନା ମକଦ୍ଦମା ପରିଚାଳନା କରୁଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories