www.samajalive.in
Monday, December 8, 2025
13.1 C
Bhubaneswar

ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ

ଫୁଲବାଣୀ:ଶୁକ୍ରବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣୀ କରି ଫୁଲବାଣୀ ପୋକସୋ କୋର୍ଟର ବିଚାରପତି ଅଭିଯୁକ୍ତଙ୍କୁ କୋଡ଼ିଏ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହ ଦୋଷୀକୁ କୋଡ଼ିଏ ହଜାର ଟଙ୍କା ଜରିମାନା, କରାଯାଇଛି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ କ ନୂଆଗାଁ ଥାନା ଅଞ୍ଚଳର ବିଜୟ ଦିଗାଲ। ସୂଚନା ମୁତାବକ ଗତ ୨୦୨୧ ଅକ୍ଟୋବର ୮ ତାରିଖରେ କ ନୂଆଗାଁ ଥାନା ଅଞ୍ଚଳର ମାନସିକ ଭିନ୍ନକ୍ଷମ ନାବାଳିକା ଜଣକ ନିଜ ଘରେ ଏକୁଟିଆ ଥିଲେ। ଉଭୟ ବାପା ମା ବିଲକୁ ଯାଇଥିଲେ ।

ଏହାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ଡ଼ାକିନେଇ ଘର ଭିତରେ ବଳାତ୍କାର କରିଥିଲେ। ନାବାଳିକା ଜଣକ ପାଟି କରିବାରୁ ଗ୍ରାମର ଦୁଇଜଣ ଯୁବକ ସେଠାରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ତେବେ ଅଭିଯୁକ୍ତ ବିଜୟ ପଳାଇ ଯିବାରେ ସକ୍ଷମ ହୋଇଥିଲେ। ପରେ ଝିଅ ବାପା ମା ଙ୍କୁ ସବୁ କଥା ଜଣାଇଥିଲା କ୍ଷ ଏ ସଂକ୍ରାନ୍ତରେ କ, ନୁଆଗାଁ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ କ୍ଷ ନୂଆ ଗାଁ ପୋଲିସ ୭୫/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ କ୍ଷ ଆଜି ବାର ଜଣ ସାକ୍ଷୀଙ୍କ ବୟାନ ଏବଂ ମେଡିକାଲ ରିପୋର୍ଟକୁ ଭିତ୍ତିକରି ଉପରୋକ୍ତ ରାୟ ଶୁଣାଇଛନ୍ତି ପୋକସୋ କୋର୍ଟ ବିଚାରପତି ସଞ୍ଜିତ ବେହେରା। ଏଥିସହ ପୀଡିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସିମ ଅସୀମ ପ୍ରହରାଜ ପରିଚାଳନା କରୁଥିଲେ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories