www.samajalive.in
Sunday, December 14, 2025
26.1 C
Bhubaneswar

ଆଇଏମଆଇଟିରେ ସାଇବର ସୁରକ୍ଷା ସଚେତନତା ସଭା

ଡେସ୍କ: ଆଇଏମଆଇଟିରେ ଓଡ଼ିଶା ପୁଲିସ ପକ୍ଷରୁ ସାଇବର ସୁରକ୍ଷା ସମ୍ବନ୍ଧୀୟ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ ମାନସ ରଞ୍ଜନ କବାଟ ପୁଲିସ ବିଭାଗର ଅଧିକାରୀ ମାନଙ୍କୁ ସ୍ୱାଗତ କରିଥିଲେ। ଆଜିର ଏହି ଡିଜିଟାଲ ଯୁଗରେ ଡିଜିଟାଲ ଚୋରୀର ଶିକାର ହେଉଥିବା ଯୁବ ପିଢ଼ିଙ୍କୁ ସଚେତନ କରିବା ପାଇଁ ଏହା ଓଡ଼ିଶା ପୁଲିସ ବିଭାଗର ଏହା ଏକ ନିଆରା ପ୍ରୟାସ ବୋଲି ପ୍ରଫେସର ଡଃ କବାଟ କହିଥିଲେ। ଏହି ସଚେତନତା ସଭାରେ କଟକ ପୁଲିସର ପରୀକ୍ଷାମୂଳକ ନିରୀକ୍ଷଣ ବିଭାଗର ଭାରପ୍ରାପ୍ତ ଅଧିକାରୀ ରେଣୁବାଳା ତ୍ରିପାଠୀ ସଚେତନତା ହିଁ ବିପଦକୁ ଏଡାଇବାର ଏକମାତ୍ର ବଳିଷ୍ଠ ମାଧ୍ୟମ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ।

ଏଥିରେ କଟକ ସାଇବର ଥାନାର ଭାରପ୍ରାପ୍ତ ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ ସାଇବର ଠକେଇ ସମ୍ବନ୍ଧୀୟ ବିଭିନ୍ନ ଘଟଣାବଳୀ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ପିଲାମାନଙ୍କୁ ସତର୍କତା ଏବଂ ସତମାର୍ଗ ଅଵଲମ୍ବନ କରିବାପାଇଁ ପ୍ରୋତ୍ସାହିତ କରିଥିଲେ। ଏହି ଅବସରରେ ଓଡିଶା ପୁଲିସ ପକ୍ଷରୁ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ବିଭାଗ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସଭାରେ ମାସ୍କଟ ସାଇରା ଏକ ଉପାଦେଶାତ୍ମକ ନୃତ୍ୟ ମାଧ୍ୟମରେ ପିଲାମାନଙ୍କର ମନୋରଞ୍ଜନ କରିଥିଲା। ପିଲାମାନେ ଆଗ୍ରହର ସହିତ ସାଇରା ସହ ଫଟୋ ଉଠାଇ ଥିଲେ।

- Advertisement -

ସଭା ଶେଷରେ ଏମବିଏ ଓ ଏମସିଏ ବିଭାଗର ମୁଖ୍ୟ ପ୍ରଫେସର ଡଃ ଶୁଭେନ୍ଦ୍ର କୁମାର ଜୟସିଂହ ଧନ୍ୟବାଦ ଜ୍ଞାପନ କରିଥିଲେ। ସଭା ପରିଚାଳନାରେ ଏମବିଏ ବିଭାଗର ସଂଯୋଜକ ଅଧ୍ୟାପକ ରଜତ କୁମାର ବଳିୟାରସିଂହ ଏବଂ ଅନୁଷ୍ଠାନର ପୁରାତନ ଛାତ୍ର ପ୍ରସନଜିତ ସାହୁ ସହଯୋଗ କରିଥିଲେ। ଏହି ସଭାରେ ବିଡାନାସୀ ଥାନାର କର୍ମଚାରୀ, ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories