www.samajalive.in
Monday, December 15, 2025
14.1 C
Bhubaneswar

ଧାର୍ଯ୍ୟ ହେବ ସର୍ବନିମ୍ନ ବାଲି ଦର

ଭୁବନେଶ୍ବର: ଏଣିକି ଆଉ ବାଲି ବିକ୍ରିରେ ଚାଲିବନି ମନମାନି। ସାରା ରାଜ୍ୟରେ ସମାନ ରହିବ ବାଲି ଦର। ବେଆଇନ ଭାବେ ବାଲି ଉତ୍ତୋଳନ କରି କେହି ବିକ୍ରି କରିପାରିବେନି। ବାଲି ପାଇଁ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍‌ପି) ନିର୍ଦ୍ଧାରଣ କରିବେ। ଲିଜ୍‌ଧାରୀ ଆଉ ମନଇଚ୍ଛା ଦର ବଢ଼ାଇ ପାରିବେନି। ସରକାର ନିର୍ଦ୍ଧାରଣ କରିଥିବା ଏମ୍ଏସ୍‌ପି ଦରରେ ହିଁ ବାଲି ବିକ୍ରି ହେବ। ରାଜ୍ୟ ସରକାର ଶୁକ୍ରବାର କ୍ୟାବିନେଟରେ ଏହି ନିଷ୍ପତ୍ତି ମଞ୍ଜୁର କରିଛନ୍ତି। ଏହାକୁ ନେଇ ଆରମ୍ଭ ହୋଇଛି କାଦୁଅଫିଙ୍ଗା ରାଜନୀତି। ବାଲି ମାଫିଆରାଜ ଲୋପ ପାଇବ ବୋଲି ସରକାର କହୁଥିବା ବେଳେ ବିଜେଡି କହୁଛି ରାଜସ୍ବ କମିବ। କଂଗ୍ରେସ ରାଜ୍ୟ ସରକାରଙ୍କୁ ନିଶାଣ କରି କହିଛି, ଉକ୍ତ ନିଷ୍ପତ୍ତି ଦଳୀୟ କର୍ମୀ ସନ୍ତୁଷ୍ଟିକରଣ ପାଇଁ ଉଦ୍ଦିଷ୍ଟ।

ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି, ବାଲିର କୃତ୍ରିମ ଅଭାବ ବିକ୍ରି, ବଜାରରେ ଅହେତୁକ ଅସନ୍ତୁଳନ ଦର ଏବଂ ଲୋକଙ୍କ ଅଭିଯୋଗକୁ ନେଇ ଶୁକ୍ରବାର କ୍ୟାବିନେଟରେ ଇ-ଟେଣ୍ଡର ନୁହେଁ; ବରଂ ଇ-ଲଟେରି ଜରିଆରେ ବାଲିଘାଟ ନିଲାମ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି। ଇ-ଟେଣ୍ଡର ମାଧ୍ୟମରେ ନିଲାମ ଦିଆଯିବା ଦ୍ବାରା ଅଧିକ ଅର୍ଥ ଦେଇ ଲିଜ୍‌ଧାରୀ ଟେଣ୍ଡର ନେଉଛନ୍ତି। ଏହି ଅର୍ଥକୁ ଭରଣା କରିବା ପାଇଁ ସେ ବଜାରରେ ଅହେତୁକ ଦରରେ ବାଲି ବିକ୍ରି କରୁଛନ୍ତି। ଏହାର ସୁଫଳ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନି। ବାଲି ଉତ୍ତୋଳନ ଖର୍ଚ୍ଚ, ଲାଭ, ପରିବହନ ଏବଂ ଶ୍ରମିକ ଆଦି ଖର୍ଚ୍ଚକୁ ହିସାବକୁ ନିଆଯାଇ ଏମ୍ଏସ୍‌ପି ନିର୍ଦ୍ଧାରଣ କରାଯିବ।

- Advertisement -

ଏମ୍ଏସ୍‌ପିଠାରୁ କେହି ଅଧିକ ଦରରେ ବିକ୍ରି କରିପାରିବେନାହିଁ। ଲଘୁ ଖଣି ଉତ୍ସ ଯେତେବେଳେ ଖଣି ଓ ଇସ୍ପାତ ବିଭାଗକୁ ଆସିଲା, ତା’ପୂର୍ବରୁ ୧୦ କୋଟି ଟଙ୍କା ଜୋରିମାନା ଆଦାୟ ହୋଇଥିଲା। ବିଭାଗକୁ ଆସିଲା ପରେ ଏବଂ ବିଜେପି ସରକାର ଦାୟିତ୍ବ ନେଲା ପରେ ୪୦ କୋଟି ଟଙ୍କା ଜୋରିମାନା ଆଦାୟ ପହଞ୍ଚିଛି। ୧୦୪୮କୋଟି ଟଙ୍କା ରାଜସ୍ବ ଆସୁଥିବାବେଳେ ବର୍ତ୍ତମାନ ସ୍ଥିତିରେ ଏହା ୧୭୭୬କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗୋଟିଏ ଟ୍ରାକ୍ଟର ବାଲି ୨ସିଏମ। ଏହାର ମୂଲ୍ୟ ପ୍ରାୟ ୨୫୦ ଟଙ୍କାରୁ ୩୦୦ ଟଙ୍କା ମଧ୍ୟରେ ରହିବ। ସେହିପରି ନିଲାମ ନେଇଥିବା ଲୋକ ବିନା ଷ୍ଟୋରେଜ୍ ଲାଇସେନ୍ସରେ ବାଲି ଷ୍ଟୋରେଜ୍ କରିପାରିବନାହିଁ। ମୌସୁମୀ ଋତୁରେ ବାଲି ଷ୍ଟୋରେଜ୍ ପାଇଁ ସରକାର ଲିଜ୍‌ଧାରୀଙ୍କୁ ଷ୍ଟୋରେଜ୍ ଲାଇସେନ୍ସ ଦେବେ।

ଏନେଇ ବିଜେଡି ବିଧାୟକ ଡ. ଅରୁଣ ସାହୁ କହିଛନ୍ତି, ଇ-ଲଟେରି ହେଉଛି ଭାଗ୍ୟ ଉପାୟ, ଯାହାର ଦକ୍ଷତା ନଥିବ ସେ ଭାଗ୍ୟ ଉପରେ ନିର୍ଭର କରିବ। ସରକାରଙ୍କ ଏଭଳି ଚିନ୍ତାଧାରାକୁ ଧନ୍ୟବାଦ ଦେଉଛି। ଖଣି ଉତ୍ତୋଳନରେ ଦକ୍ଷତା ନଥିବା ଲିଜ୍‌ଧାରୀ ଯଦି ଇ-ଲଟେରିରେ ନିଲାମ ପାଆନ୍ତି, ତେବେ ସେ କେଉଁ ଉପାୟରେ ଖଣି ଉତ୍ତୋଳନ କରିବ। ଇ-ଲଟେରି ହେଉଛି ସରକାରଙ୍କ ଅପାରଗତା ଏବଂ ନିଷ୍ପତ୍ତି ନେବାର ଦକ୍ଷତା ନଥିବା ପଣିଆ। ଇ-ଟେଣ୍ଡର କରିବା ଦ୍ବାରା ରାଜସ୍ବ ବଢ଼ିବ। ଏମ୍ଏସ୍‌ପି କରାଯିବା ଦ୍ବାରା ତାଙ୍କ ଦଳର କର୍ମୀ ଲାଭବାନ ହେବେ। ସେହି ଲାଭରୁ ସରକାର ଭାଗ ବସାଇବା ପାଇଁ ଇ-ଲଟେରି ବ୍ୟବସ୍ଥା କରିଛନ୍ତି। ନଦୀଘାଟରୁ ବିଜେପି କର୍ମୀ ବାଲି ଖୋଳି ବିକ୍ରି କରୁଛନ୍ତି। ସେମାନଙ୍କୁ ପୁଲିସ ଏବଂ ଖଣିଜ ଓ ଇସ୍ପାତ ବିଭାଗର ଅଧିକାରୀ ସହଯୋଗ କରୁଛନ୍ତି। ଏହା ଲୋକଙ୍କ ମନ‌େ‌ର କ୍ରାଧ ସୃଷ୍ଟି କଲାଣି। ଲୋକଙ୍କ ମୁଣ୍ଡରୁ ଏହାକୁ ହଟାଇବା ପାଇଁ ଇ-ଲଟେରି ନୂଆ ଉପାୟ ଆରମ୍ଭ କରିଛନ୍ତି ସରକାର। ବାଲି ବାହାର ରାଜ୍ୟ ଏବଂ ବିଦେଶକୁ ଚାଲାଣ ହେଉଛି। ଆଗକୁ ବାଲି ମାଫିଆ ଅଧିକ ସକ୍ରିୟ, ଲୋ‌େ‌କ ହଇରାଣ ଏବଂ ଉଚ୍ଚ ଦରରେ ଲୋକେ ବାଲି କିଣିବାକୁ ବାଧ୍ୟ ହେବେ। କଂଗ୍ରେସ ବିଧାୟକ ଦଳର ଉପନେତା ଅଶୋକ ଦାସ କହିଛନ୍ତି, ଏହି ନି‌ଷ୍ପତ୍ତି ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ କରିବ। ଅନ୍ୟ ଦଳରୁ ବିଜେପିକୁ ଡେଇଁଥିବା ନେତାଙ୍କୁ ଥଇଥାନ କରିବା ପାଇଁ ଇ-ଲଟେରି ବ୍ୟବସ୍ଥା ସରକାର କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories