www.samajalive.in
Friday, December 5, 2025
23.1 C
Bhubaneswar

ଚୀନ ନିର୍ମାଣ କରୁଛି ବିଶ୍ବର ପ୍ରଥମ ଏଆଇ ଭାସମାନ ଦ୍ବୀପ

ବେଜିଂ: ଚୀନ ଇତିମଧ୍ୟରେ ବିଶ୍ବର ପ୍ରଥମ ଏଆଇ ଭାସମାନ ଦ୍ବୀପ ନିର୍ମାଣ କରୁଥିବା ଜଣାପଡିଛି। ୭୮ ହଜାର ଟନ୍‌ ଓଜନ ବିଶିଷ୍ଟ ଏହି ଭାସମାନ ଦ୍ବୀପ ଯେକୌଣସି ପରମାଣୁ ଆକ୍ରମଣକୁ ସହ୍ୟ କରିପାରିବ। ଏହି ଦ୍ବୀପରେ ସର୍ବାଧିକ ୨୩୮ ଜଣ ବ୍ୟକ୍ତି ଚାରିମାସ ପର୍ଯ୍ୟନ୍ତ ସୁବିଧାରେ କାଳାତିପାତ କରିପାରି‌େବ। ୨୦୨୮ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସମୟସୀମା ଧାର୍ଯ୍ୟ କରାଯାଇଛି। ସମୁଦ୍ରରେ ଉଠୁଥିବା ୭ ମିଟର ଉଚ୍ଚର ଢେଉ ଏବଂ କ୍ୟାଟେଗୋରୀ-୧୭ ଟାଇଫୁନ୍‌ ମଧ୍ୟ ଏହି ଭାସମାନ ଦ୍ବୀପର କୌଣସି କ୍ଷତି କରିପାରିବନି ବୋଲି କୁହାଯାଇଛି। ଏହି ଭାସମାନ ଦ୍ବୀପଟି ଆବଶ୍ୟକ ପଡିଲେ ସମୁଦ୍ର ଭିତରେ ଅଧା ବୁଡି ପାରିବ। ଏହି ଦ୍ବୀପର ଉପର ଅଂଶରେ ନାଭିଗେସନ ଓ କମ୍ୟୁନିକେସନ କଣ୍ଟ୍ରୋଲ ସିଷ୍ଟମ ରହିଛି। ଏହି ଭାସମାନ ଦ୍ବିପର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୧୩୮ ଓ ୮୫ ମିଟର। ସମୁଦ୍ର ଜଳସ୍ତରଠାରୁ ଏହା ୪୫ ମିଟର ଉପରେ ଭାସମାନ ଅବସ୍ଥାରେ ରହିବ ବୋଲି ଏହି ପ୍ରକଳ୍ପର ମୁଖ୍ୟ ଲିନ୍‌ ଝୋଙ୍ଗକ୍ବିନ କହିଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories