www.samajalive.in
Friday, December 5, 2025
23.1 C
Bhubaneswar

୧୦/୧୧ ବିସ୍ଫୋରଣ ଘଟଣା: ମୁଜାମିଲ୍‌ର ସ୍ବୀକାରୋକ୍ତି, ୨୦୨୩ରୁ ଚାଲିଥିଲା ବିସ୍ଫୋରଣ ଯୋଜନା

ନୂଆଦିଲ୍ଲୀ: ନୂଆଦିଲ୍ଲୀ ବିସ୍ଫୋରଣ ଘଟଣାରେ ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ଡା.ମୁଜାମିଲ ସକିଲ ଜେରା ସମୟରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି। ଭାରତର ବିଭିନ୍ନ ସହରରେ ବିସ୍ଫୋରଣ ଘଟାଇବାକୁ ପ୍ରାୟ ଦୁଇବର୍ଷ ଧରି ଅର୍ଥାତ୍‌ ୨୦୨୩ରୁ ଯୋଜନା ଚାଲିଥିଲା ବୋଲି ମୁଜାମିଲ କହିଛି। ମୁଜାମିଲ ହେଉଛି ଦିଲ୍ଲୀର ଲାଲକିଲାରେ ବିସ୍ଫୋରଣ ଘଟାଇଥିବା ଡା.ଉମର ମହମ୍ମଦ ନବିର ଘନିଷ୍ଠ ସହଯୋଗୀ।

ଏହି ଦୁଇବର୍ଷ ଧରି ମୁଜାମିଲ ବିସ୍ଫୋରକ ସଂଗ୍ରହ କରିବାଠାରୁ ଆରମ୍ଭ କରି ରିମୋଟ, ବୋମା ପ୍ରସ୍ତୁତକାରୀ ଯନ୍ତ୍ରାଂଶ ଯୋଗାଡ କରୁଥିଲା। ମୁଜାମିଲ ଇତିମଧ୍ୟରେ ହରିୟାଣାର ଗୁରୁଗ୍ରାମ ଓ ନୁହ୍‌ରୁ ୩ ଲକ୍ଷ ଟଙ୍କାରେ ୨୬ କ୍ବିଣ୍ଟାଲ ଏନ୍‌ପିକେ ସାର ମଧ୍ୟ କିରିଥିବା ସ୍ବୀକାର କରିଛି। ବିସ୍ଫୋରଣ ପାଇଁ ଆବଶ୍ୟକ ପଡୁଥିବା ବୈଦ୍ୟୁତିକ ଯନ୍ତ୍ରପାତି ସେ ଫରିଦାବାଦର ଦୁଇଟି ମାର୍କେଟରୁ କିଣିଥିଲା। ଏହି ସାରକୁ ଗଚ୍ଛିତ ରଖିବାକୁ ମୁଜାମିଲ ଏକ ଡିପ୍‌ ଫିଜର ମଧ୍ୟ କିଣିଥିଲା। ବିସ୍ଫୋରଣରେ ନିହତ ହୋଇଥିବା ଉମର ଏକ ଅଟାକଳରେ ଏହି ସାର ସାମଗ୍ରୀକୁ ଫେଣ୍ଟାଫେଣ୍ଟି କରୁଥିବା ମୁଜାମିଲ କହିଛି। ବିସ୍ଫୋରକ ସାମଗ୍ରୀ କିଣିବାକୁ ଅଭିଯୁକ୍ତମାନେ ୨୬ ଲକ୍ଷ ଟଙ୍କା ଯୋଗାଡ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଅର୍ଥ ଉମରକୁ ହସ୍ତାନ୍ତର କରାଯାଇଥିଲା।

- Advertisement -

ଏଥିମଧ୍ୟରୁ ଉମର ୨ ଲକ୍ଷ, ମୁଜାମିଲ ୫ ଲକ୍ଷ, ଆଦିଲ ରାଠେର ୮ ଲକ୍ଷ ଓ ମୁଜାଫର ରାଠେର ୬ ଲକ୍ଷ ଏବଂ ସାହିିନ ସୟିଦ ୪ ଲକ୍ଷ ଟଙ୍କା ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ଅର୍ଥକୁ ନେଇ ଉମର ଓ ମୁଜାମିଲ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିଲା। ଏଥିପାଇଁ ଉମର ନିଜର ଲାଲରଙ୍ଗର ଇକୋ ସ୍ପୋର୍ଟସ କାର୍‌ ମୁଜାମିଲକୁ ବିକ୍ରି କରିଥିବା ଜଣାପଡିଛି। ଏମାନେ ସମସ୍ତେ ବିସ୍ଫୋରଣ ପାଇଁ ଫରିବାଦସ୍ଥିତ ଅଲ୍‌ ଫଲାହ୍‌ ବିଶ୍ବବିଦ୍ୟାଳୟ ପରିସରରେ ଷଡଯନ୍ତ୍ର ରଚିଥିଲେ। ମୁଜାମିଲ ୬.୫ ଲକ୍ଷ ଟଙ୍କା ଦେଇ ଗୋଟିଏ ଏକେ-୪୭ ରାଇଫଲ କିଣିଥିଲା ବୋଲି ସ୍ବୀକାର କରିଛି। ମୁଜାମିଲ ଏନ୍‌ଆଇଏ ସମ୍ମୁଖରେ ନିଜର ଦୁଇ ହ୍ୟାଣ୍ଡ୍‌ଲର ମନସୁର ଓ ହାସିମ୍‌ର ନାମ ଉଲ୍ଲେଖ କରିଛି। ତୁର୍କୀରେ ଥିବା ମାଷ୍ଟର ମାଇଣ୍ଡ ଓକାସା ଏମାନଙ୍କୁ ବିଭିନ୍ନ ସମୟରେ ନିର୍ଦେଶ ଦେଉଥିଲା।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories