www.samajalive.in
Sunday, December 7, 2025
14.1 C
Bhubaneswar

ବିପର୍ଯ୍ୟୟ ପରିଚାଳନା ସଚେତନତା ନେଇ ମିନି ମାରାଥନ

ଭୁବନେଶ୍ୱର :  ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ସହଯୋଗରେ ଶନିବାର ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ସକାଳ ସାଢ଼େ ୭ଟାରେ କଳିଙ୍ଗ ଷ୍ଟାଡିୟମ୍ ପରିସରରୁ ଆରମ୍ଭ ହୋଇଥିବା ଏହି ମିନି ମାରାଥନକୁ ପୂର୍ବତନ ସାଂସଦ ତଥା ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ଏବଂ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ (ଓଏସ୍ଡ଼ିଏମ୍ଏ)ଙ୍କ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଜେନା ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ ।
‘ବିପର୍ଯ୍ୟୟ ଜନିତ ସମ୍ଭାବ୍ୟ କ୍ଷୟକ୍ଷତିର ସ୍ଥିତି ସ୍ଥାପକତାରେ ଗୋଷ୍ଠୀର ଭୂମିକା’ ବିଷୟକୁ ଗୁରୁତ୍ୱ ଦେଇ ଏହି ମାରାଥନରେ କ୍ରୀଡ଼ା ଛାତ୍ରାବାସ, କଳିଙ୍ଗ ଷ୍ଟାଡିୟମ୍ ଏଚପିସି ଅନ୍ତର୍ଗତ ହକି, ସନ୍ତରଣ, ଆଥଲେଟିକ୍ସ, ଭାରୋତ୍ତୋ​​‌ଳନ ଶୃଙ୍ଖଳର ଅନ୍ତେବାସୀଙ୍କ ସମେତ ଉଭୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଏସ୍ଡ଼ିଏମ୍ଏର ଅଧିକାରୀ ଏବଂ କର୍ମଚାରୀଙ୍କୁ ମିଶାଇ ପ୍ରାୟ ୫୦୦ ଜଣ ସାମିଲ ହୋଇଥିଲେ। ମାରାଥନ କଳିଙ୍ଗ ଷ୍ଟାଡିୟମର ର ୩ ନମ୍ବର ଗେଟରୁ ବାହାରି ଶାସ୍ତ୍ରୀ ନଗର ଛକ, ୧୨୦ ବାଟାଲିୟନ୍ ଛକ ଓ ପାୱାର ହାଉସ୍ ଦେଇ ରାଜଭବନ ଛକରେ ପହଞ୍ଚିଥିଲା ଓ ସେଠାରୁ କଳିଙ୍ଗ ଷ୍ଟାଡିୟମ୍ ଫେରିଥିଲା।
କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଓଏସ୍ଡ଼ି ରଘୁ. ଜି, ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର କୁମାର ଜେନା, ଶୁଭ୍ରାଂଶୁ ଶେଖର ମିଶ୍ର, ବିଜୟାନନ୍ଦ ନାୟକ ଏବଂ ଓଏସ୍ଡ଼ି ସିଦ୍ଧାର୍ଥ ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସେହିପରି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିର୍ବାହୀ ନିର୍ଦ୍ଦେଶକ ଡ. ଜ୍ଞାନ ଦାସ, ସିଜିଏମ୍ ସବ୍ୟସାଚୀ ହୋତା, ଧୀରେନ୍ଦ୍ର କୁମାର ସାହୁ, ଡିଜିଏମ୍ ସୁନୀଲ କୁମାର ସାହୁ, ଜୟଜଗତ ସାହୁ, ଉପଶାସନ ସଚିବ ରବି ବାରିକ ଏବଂ ବିଶ୍ୱନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories