www.samajalive.in
Sunday, December 7, 2025
16.1 C
Bhubaneswar

ପିଲାଙ୍କ ପାଇଁ ମିନି ଲାଇବ୍ରେରୀ

ପିଲାମାନଙ୍କ ପାଠପଢା ସହିତ ସେମାନଙ୍କ ପାଇଁ ଏକ ମିନି ଲାଇବ୍ରେରୀର ଆବଶ୍ୟକତା ମଧ୍ୟ ରହିଛି। ମିନି ଲାଇବ୍ରେରୀଟିଏ ଥିଲେ ପିଲାମାନଙ୍କ ସ୍କୁଲ ଓ ଟ୍ୟୁସନରେ ବ୍ୟବହୃତ ସାମଗ୍ରୀ ଇଆଡ଼େ ସିଆଡ଼େ ବିଛାଡ଼ି ହୋଇ ପଡ଼ିବନି।

ଦିନକୁ ଦିନ ବିଷୟ ବସ୍ତୁରେ ପରିବର୍ତ୍ତନ, ଜ୍ଞାନକୌଶଳ ଓ ମାନସିକ ତଥା ଶାରୀରିକ ବିଷୟବସ୍ତୁ ଯୋଗୁ ପିଲାଙ୍କ ଉପରେ ବହିର ବୋଝ ବଢିଚାଲିଛି। ଏହା ସହିତ ଏହି ପୁସ୍ତକ ଓ ଅନ୍ୟାନ୍ୟ ଶୈକ୍ଷିକ ସାମଗ୍ରୀ ରଖିବା ପାଇଁ ଅଧିକ ଷ୍ଟଡ଼ି ରୁମ୍‍, ଆଲମୀରା, ଥାକର ଆବଶ୍ୟକ ପଡ଼ିଥାଏ। ପିଲାଙ୍କର ଏହି ଆବଶ୍ୟକତାକୁ ଅନେକ ଅଭିଭାବକ ଗୁରୁତ୍ୱର ସହିତ ନେଇ ଏସବୁ ଯୋଗାଇ ଦେଇଥାନ୍ତି। ତେବେ ସେମାନଙ୍କ ଷ୍ଟଡ଼ିରୁମ୍‍କୁ ଗଲାବେଳେ ଦେଖିବାକୁ ମିଳିଥାଏ ଯେ, ଘରର ବିଭିନ୍ନ ସ୍ଥାନ, ସେଲ୍‌ଫଫ, ଆଲମୀରାରେ ସେମାନଙ୍କର ଏସବୁ ଜିନିଷ ଛିନ୍‍ଛତ୍ର ହୋଇ ପଡ଼ିଥାଏ। ଫଳ ଏୟା ହୋଇଥାଏ ଯେ, ପ୍ରତିଦିନ ସ୍କୁଲ ଯିବାବେଳକୁ ବହିପତ୍ର ଓ ନୋଟ୍ସ ଖୋଜି ଖୋଜି ପିଲାଟି ନୟାନ୍ତ ହୋଇଯାଏ। ବେଳେବେଳେ ଆବଶ୍ୟକ ବହି ବା ନୋଟ୍ସ ନନେଇ ସ୍କୁଲ ଯିବାକୁ ହୋଇଥାଏ। ଏହାର ପ୍ରଭାବ ପଢା ଉପରେ ପଡ଼େ। କେବେ ଶିକ୍ଷକଙ୍କଠାରୁ ତ କେବେ ବାପାମା’ଙ୍କଠାରୁ ଗାଳି ଶୁଣିବାକୁ ପଡ଼ିଥାଏ।
ପିଲାମାନଙ୍କୁ ଏଥିରୁ ରକ୍ଷା କରିବା ପାଇଁ ଛୋଟ ଲାଇବ୍ରେରୀଟିଏ ବନାଇଲେ କିପରି ହୁଅନ୍ତା? ଏହାଦ୍ୱାରା ପିଲାଟି ନିଜ ଜିନିଷକୁ ଠିକ୍‍ ସ୍ଥାନରେ ରଖିପାରିବ ଓ ଖୋଜିଲା ବେଳେ ପରିଶ୍ରମ କରିବାକୁ ପଡ଼ିବନି। ଏହା ଅନ୍ୟମାନଙ୍କୁ ମଧ୍ୟ ଆନନ୍ଦ ଦେବ।
ସ୍ଥାନ ବାଛିବେ କିପରି ?

- Advertisement -

– ଆପଣଙ୍କର ଯଦି ବହୁତ ଘର ଅଛି ତାହେଲେ ଏଥିପାଇଁ ଏକ ସ୍ୱତନ୍ତ୍ର କୋଠରୀ ନେଇ ପାରିବେ। ଅନ୍ୟଥା ନିଜ ଷ୍ଟଡ଼ି ରୁମ୍‍ର ଗୋଟିଏ ପାଖକୁ ଏଥିପାଇଁ ବ୍ୟବହାର କରିପାରିବେ। ଏହି ସ୍ଥାନରେ ଆପଣ ସେଲ୍‌ଫ ବା ଖୋଲା ଆଲମୀରା ରଖି କରିପାରିବେ ଆପଣଙ୍କ ମିନି ଲାଇବ୍ରେରୀ।
– ନିଜ ଲାଇବ୍ରେରୀ କରିବା ସମୟରେ ଘରକୁ ପ୍ରଥମେ ଭଲ ଭାବେ ପରିଷ୍କାର ପରିଚ୍ଛନ୍ନ କରିବ।
– ଆବଶ୍ୟକ ପଡ଼ିଲେ ସେହି ଘରକୁ ନିଜ ପସନ୍ଦର ରଙ୍ଗ ଦେଇପାରିବେ। ସେହି ରଙ୍ଗ ଉପରେ ସଂଖ୍ୟା, ଅକ୍ଷର ଓ ବର୍ଣ୍ଣମାଳା ଭଲ ଭାବେ ଲେଖିନିଅନ୍ତୁ।
– ସାମଗ୍ରୀ ରଖିବା ପୂର୍ବରୁ ସେଲ୍‌ଫଫରେ ପେପର ବା ଅନ୍ୟ କୌଣସି ମୋଟା ଜିନିଷ ବିଛାଇବାକୁ ଯେପରି ନଭୁଲ।
କିପରି କରିବେ ପ୍ରସ୍ତୁତି
– ବଜାରରୁ ବିଭିନ୍ନ ସାମଗ୍ରୀ ସହିତ ବର୍ଣ୍ଣମାଳା, ସଂଖ୍ୟା, ଅକ୍ଷର ଚାର୍ଟ କିଣି କରି ନେଇଆସ। ସେସବୁକୁ କାନ୍ଥରେ ନିଜ ପସନ୍ଦର ସ୍ଥାନରେ ଟାଙ୍ଗି ଦିଅ।
– ଯେଉଁ ସେଲ୍‌ଫଫ ବା ଆଲମୀରାରେ ଯେଉଁ ଜିନିଷ ରଖିବ ବୋଲି ଚିନ୍ତା କରିଛି ତାହାର ଏକ ସୂଚୀ ପ୍ରସ୍ତୁତ କର।
– ମୋଟା କାଗଜରେ ନିଜ ଇଛାରେ ପେନ୍‍ସିଲ୍‍ ବକ୍ସ ତିଆରି କରି ତା ଉପେର ରଙ୍ଗିନ କାଗଜ ଦେଇ ଆକର୍ଷଣୀୟ କରି ସଜାଇପାରିବେ।
– ଗିଫ୍ଟରେ ପାଇଥିବା ସାମଗ୍ରୀ ସହିତ ପୁସ୍ତକକୁ ମଧ୍ୟ ରଖ।
– ପିତାମାତାମାନେ ଛୋଟ ପିଲାଙ୍କ ପାଇଁ ଶିକ୍ଷଣୀୟ ଖେଳଣା ରଖିପାରିବେ।
– ସାଙ୍ଗସାଥୀଙ୍କ ସହିତ ଖେଳିବା ପାଇଁ କ୍ୟାରମ୍‍, ଲୁଡ଼ୁ, ସାପସିଡ଼ି, ମେଣ୍ଟାଲ ଗେମ୍ସ ଆଦି ସାମଗ୍ରୀ ଏକାଠି ରଖନ୍ତୁ।
– ପିଇବା ପାଇଁ ପାଣି ରଖନ୍ତୁ।
– ଲାଇବ୍ରେରୀରେ ନିଜ ପଢିବା ପାଇଁ ମେଜ ଓ ଚୌକି ରଖିବା ସହିତ ଆଉ ଏକ ମେଜ ଓ ଚୌକ

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories