www.samajalive.in
Sunday, December 14, 2025
26.1 C
Bhubaneswar

ମିଳିତ ଅମଲା ମଞ୍ଚର ପୁନଃ ଆନ୍ଦୋଳନ ଚେତାବନୀ

କେନ୍ଦୁଝରଗଡ଼ : କେନ୍ଦୁଝର ଜିଲ ମିଳିତ ଅମଲା ମଞ୍ଚର ଏକ ଜରୁରୀକାଳୀନ ବୈଠକ କଲେକ୍ଟରୋଟ କଲଚରାଲ କ୍ଲବ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ସୁରେଶ ଚନ୍ଦ୍ର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆବାହକ ପ୍ରସନ୍ନ କୁମାର ବେହେରା ଯୋଗଦେଇ ଅମଲାଙ୍କ ୪୨୦୦ଟଙ୍କା ଗ୍ରେଡ-ପେ (ଲେଭେଲ-୯) ପ୍ରଦାନରେ ସରକାରଙ୍କ ଟାଳଟୁଳ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ଉକ୍ତ ଦାବି ହାସଲ ନେଇ ରାଜ୍ୟବ୍ୟାପୀ ଅମଲାଙ୍କ ପକ୍ଷରୁ ୧୭ଦିନ ଧରି ଆନ୍ଦୋଳନ ପରେ ସରକାର ଖୁବ୍‌‌ ଶିଘ୍ର ଦାବି ପୁରଣ ପ୍ରତିଶ୍ରୁତି ଦେଇ କୌଣସି ମତେ ଆନ୍ଦୋଳନକୁ ଭଣ୍ଡୁର କରିବାରେ ସକ୍ଷମ ହୋଇଥିଲେ। ତେବେ ଅମଲାଙ୍କ ଦାବି ପୁରଣ ନେଇ ସରକାରୀସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଆଗାମୀ ଦିନରେ ଦାବି ପୁରଣ ନେଇ ପୁଣିଥରେ ଆସନ୍ତ ୨୧ ତାରିଖରୁ ଅମଲା ଆନ୍ଦୋଳନକୁ ଓହ୍ଲାଇବେ ବୋଲି ମଞ୍ଚର ସଙ୍ଗଠନ ସମ୍ପାଦକ ସଚ୍ଚିଦାନନ୍ଦ ମହାକୁଡ, ବରିଷ୍ଠ ଉପଦେଷ୍ଟା କୈଳାଶ ଚନ୍ଦ୍ର ମଲ୍ଲିକ, ରାଜସ୍ୱ ଅମଲା ସଂଘ ସଭାପତି ଜିତେନ୍ଦ୍ର କୁମାର ମହାପାତ୍ର, କାର୍ଯ୍ୟକାରୀ ସଭାପତି ସଚ୍ଚିନ କୁମାର ପଣ୍ଡା, ଟ୍ରେଜେରୀ ଅମଲା ସଂଘ ସଭାପତି ଗିତାଞ୍ଜଳୀ ପାତ୍ର, ଓଡିଶା ଅମଲା ସଂଘ କେନ୍ଦୁଝର ଶାଖା ସଭାପତି ଅଭିମନ୍ୟୁ ପ୍ରଧାନ, କାର୍ଯ୍ୟକାରୀ ସଦସ୍ୟ ନନ୍ଦ କିଶୋର ସେଠୀ, ତପନ କୁମାର ଭୂୟାଁ, ଛବିଳ ପାତ୍ର, ସନ୍ତୋଷ କୁମାର ରଣା, ମୁକ୍ତିକାନ୍ତ ପାତ୍ର, ଜିତେନ୍ଦ୍ର କୁମାର ସାହୁ, ଲଲାଟ କୁମାର ସ୍ୱାଇଁ, ବିଧୁଭୂଷଣ ସା, ପ୍ରକାଶ କୁମାର ନାୟକ, ଲାବଣ୍ୟ କୁମାର ମହାନ୍ତ, ଘନଶ୍ୟାମ ମହାନ୍ତ, ବସନ୍ତ କୁମାର ମହାନ୍ତ ଓ ମିଡିଆ ସଂଯୋଜକ ପିତବାସ ମହାନ୍ତ ପ୍ରମୁଖ ଚେତାବନୀ ଦେଇଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories